STORYMIRROR

Sasmaya Behera

Fantasy

3  

Sasmaya Behera

Fantasy

ଯୌଥ ପରିବାର

ଯୌଥ ପରିବାର

1 min
163

ଯୌଥ ପରିବାର ଏକ ପରିବାର

ଯେଉଁଠି ଥାଏ ସ୍ନେହ ମମତାର ଡୋର

ଯୌଥ ପରିବାର ସହାନୁଭୂତିର ଗନ୍ଥାଘର

ସେ ଅଟେ ବୈକୁଣ୍ଠ ସମାନ ଘର

ଯେଉଁଠି ଶିଖିଥାନ୍ତି ପିଲାମାନେ ସଂସ୍କାର

ଯୌଥ ପରିବାରରେ ଏକାଠି ବସନ୍ତି

ଏକାଠି ହସନ୍ତି ଏକାଠି ଖାଆନ୍ତି ।

ହସ ଖୁସିକରି କାଟନ୍ତି ଦିନ

ଏଠି ମିଳେ ଆନନ୍ଦ

ମିଳିମିଶି ବାଣ୍ଟି କରନ୍ତି କାମ

ସମୟକୁ ସଠିକ୍ ଭାବେ କରନ୍ତି ଉପଯୋଗ

ସବୁ କାର୍ଯ୍ୟ ହୋଇଥାଏ ସହଜ ସୁକ୍ଷମ ।

ବିପଦ ଆସିଲେ ଜଣେ ଅନ୍ୟଜଣ ପାଖେ ହୁଅନ୍ତି ଠିଆ

ଆସୁଥିବା ବିପଦ ଏକତା ଆଗରେ ଯାଏ ଉଭେଇ

ଯୌଥପରିବାର ରେ ସବୁଦିନ ଲାଗେ ରଜ ମଉଜ

ବଡ ବଡ କାମ ସେଠି ହୋଇଯାଏ ସହଜ 

ଯେଉଁଠି ବୁଝାବଣା ଥାଏ ନିରନ୍ତର

ସେଠି କାହାରି ହୃଦୟରେ ନଥାଏ ପାତର ଅନ୍ତର

ସଭିଏଁ ଲାଗନ୍ତି ଆପଣାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy