STORYMIRROR

Sasmaya Behera

Tragedy Inspirational

3  

Sasmaya Behera

Tragedy Inspirational

ଦୁହିତା

ଦୁହିତା

1 min
200

ଦୁହିତା ଦୁଇ କୂଳକୁ ହିତା

ସାରା ସଂସାରର ହିତ କରି

ଭଲିଯାଏ ନିଜ ହିତ

ଅଧା ପେଟେ ଖାଇ ସଂସାରକୁ ଦିଏ ଭାତ ।


   ଦୁହିତା ଦୁଇ କୂଳକୁ ପିତା

ନିଜ ପାଇଁ ଯଦି କିଛି କରିବସେ

ସାରା ସଂସାରରେ ହୋଇଯାଏ ସେ ପିତା

କେହି ବୁଝେ ନାହି ତାର କଥା 

ସଦାବେଳେ ସେ କର୍ତ୍ତବ୍ୟରେ ବନ୍ଧା ।


 ବୁଝେନି କେହି ତା ଆଖିର ଲୁହ

ନିଜ ଲୁହ ପିଇ ଚାପି ରଖେ କୋହ

ନିଜ ପାଇଁ ସେ ଝରାଏନି ଲୁହ

ପରିବାର ର ଖୁସି ପାଇଁ ଚାପି ରଖିପାରେ କୋହ ।


  ବାପା ଅଗଣାରେ ବଡ ହୁଏ

ଶାଶୁ ଘରେ ତାର କୋକେଇ ଉଠେ

ବାପ ଘର ହୁଏ ଆଖିରୁ ଦୂର

ଶାଶୁ ଘର ହୁଏ ନିଜର ତାର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy