STORYMIRROR

Puspanjali Sahu

Drama Fantasy

3  

Puspanjali Sahu

Drama Fantasy

ସ୍ମୃତି

ସ୍ମୃତି

1 min
242

ସ୍ମୃତି ତୁମେ ମନେପଡ଼…

ସମୟର କାଚ ଆଇନାରେ,

ବୟସର ଉଜୁଡା ଅପରାହ୍ନରେ,

କେବେ ପୁଣି ମାଆର କୋହରେ,

ପୁଣିକେବେ ବାପାଙ୍କ ଆଖିରେ ।

ସ୍ମୃତି ତୁମେ ମନେପଡ଼।


ସ୍ମୃତି ତୁମେ ମନେପଡ଼

ଶୀତ ସକାଳର କଅଁଳ ଖରାରେ,

ଶରତର ଧଳା କାଶତଣ୍ଡିରେ,

ବର୍ଷା ଝଡିର ମେଘୁଆ ସଞ୍ଜରେ,

ଆଉ ପୁଣି କେବେ ଗ୍ରୀଷ୍ମ ପ୍ରବାହର ପ୍ରଚଣ୍ଡ ରୌଦ୍ରରେ ।

ସ୍ମୃତି ତୁମେ ମନେପଡ଼


ସ୍ମୃତି ତୁମେ ମନେପଡ଼

ପିଲାଦିନ ଧୂଳି ଖେଳରେ,

ଯୌବନର ମାଦକତାରେ,

ଜୀବନ ସାଥୀର ମଧୁର ହସରେ,

ଶେଷରେ ପୁଣି ମନେ ପଡ଼ିବ ତୁମେ

ଜୀବନର ଅନ୍ତିମ ଶ୍ୱାସରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama