STORYMIRROR

Puspanjali Sahu

Romance Fantasy Others

2  

Puspanjali Sahu

Romance Fantasy Others

ସେ ବି ଏକ ବିବାହ

ସେ ବି ଏକ ବିବାହ

1 min
46

ତୁମ ହାତ ଥିଲା ତା ହାତରେ

ପବିତ୍ର ହୋମନିଆଁ ଜଳୁଥିଲା ତୁମ ଦୁହିଁଙ୍କ ଆଗରେ

ସେ ହସି ହସି ପିନ୍ଧେଇ ଦେଲା ତୁମ ମଥାରେ ସିନ୍ଦୂର

ତୁମେ ବି ପିନ୍ଧେଇ ଦେଲ ତା ଗଳାରେ ସ୍ଵୀକୃତିର ଫୁଲହାର ।

ଦୂରରୁ ଦେଖୁଥିଲି ମୁଁ ସବୁ କିଛି ନୀରବରେ

କିନ୍ତୁ ମୋ ଆଖି ଏବେବି ଲାଖି ରହିଥିଲା 

ତୁମ ଗଳାରେ ଝୁଲୁଥିବା ସେ କୃଷ୍ଣଙ୍କ ଲକେଟ୍‌ଟି ଉପରେ

ଯାହା ଦିନେ ମୁଁ ପିନ୍ଧେଇ ଦେଇଥିଲି ତୁମକୁ

ତୁମରି ଅନୁରୋଧରେ ।

ତୁମେ ଭାବିଥିଲ ସେ ଲକେଟ୍‌ଟିକୁ ମୋ ବନ୍ଧୁତାର ଉପହାର

ମୁଁ କିନ୍ତୁ ମାନିନେଇଥିଲି ତାକୁ ବନ୍ଧନ ଆମ ବିବାହର

ତୁମେ ସେଦିନ ପଢିପାରି ନଥିଲ ମୋ ଆଖିର ପ୍ରକୃତ ସତ

କିନ୍ତୁ ମୁଁ ଦୁନିଆକୁ କହିସାରିଥିଲି ମୁଁ ବିବାହିତ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance