ସେ ବି ଏକ ବିବାହ
ସେ ବି ଏକ ବିବାହ


ତୁମ ହାତ ଥିଲା ତା ହାତରେ
ପବିତ୍ର ହୋମନିଆଁ ଜଳୁଥିଲା ତୁମ ଦୁହିଁଙ୍କ ଆଗରେ
ସେ ହସି ହସି ପିନ୍ଧେଇ ଦେଲା ତୁମ ମଥାରେ ସିନ୍ଦୂର
ତୁମେ ବି ପିନ୍ଧେଇ ଦେଲ ତା ଗଳାରେ ସ୍ଵୀକୃତିର ଫୁଲହାର ।
ଦୂରରୁ ଦେଖୁଥିଲି ମୁଁ ସବୁ କିଛି ନୀରବରେ
କିନ୍ତୁ ମୋ ଆଖି ଏବେବି ଲାଖି ରହିଥିଲା
ତୁମ ଗଳାରେ ଝୁଲୁଥିବା ସେ କୃଷ୍ଣଙ୍କ ଲକେଟ୍ଟି ଉପରେ
ଯାହା ଦିନେ ମୁଁ ପିନ୍ଧେଇ ଦେଇଥିଲି ତୁମକୁ
ତୁମରି ଅନୁରୋଧରେ ।
ତୁମେ ଭାବିଥିଲ ସେ ଲକେଟ୍ଟିକୁ ମୋ ବନ୍ଧୁତାର ଉପହାର
ମୁଁ କିନ୍ତୁ ମାନିନେଇଥିଲି ତାକୁ ବନ୍ଧନ ଆମ ବିବାହର
ତୁମେ ସେଦିନ ପଢିପାରି ନଥିଲ ମୋ ଆଖିର ପ୍ରକୃତ ସତ
କିନ୍ତୁ ମୁଁ ଦୁନିଆକୁ କହିସାରିଥିଲି ମୁଁ ବିବାହିତ !!