STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ରଙ୍ଗ ଅବିର

ରଙ୍ଗ ଅବିର

1 min
186

ରଙ୍ଗ ଅବିରକୁ ସାଙ୍ଗରେ ନେଇଣ

ଫଗୁଣ ଆସିଛି ଧରା,

ସାଙ୍ଗ ସାଥୀ ଆସ ମିଳିମିଶି ଆମେ

ଖେଳିବା ରଙ୍ଗ ପସରା ।।

ଗୁରୁ ଗୁରୁଜନେ ପ୍ରଣାମ କରିବା

ନେବା ତାଙ୍କ ଆର୍ଶୀବାଦ,

ରାଧାକୃଷ୍ଣଙ୍କର ପବିତ୍ର ଦର୍ଶନେ

ହୋଇବ ନେତ୍ର ପବିତ୍ର ।।

ମନରୁ ଆମର କରିଦେବା ଦୂର

ରାଗ ଦ୍ୱେଷ ଅଭିମାନ,

ରଙ୍ଗ ଅବିରକୁ ତନୁରେ ବୋଳିଲେ

ସ୍ନେହ, ପ୍ରେମ,ବିବର୍ଦ୍ଧନ ।।

ପ୍ରକୃତିରେ ଆଜି ନାନା ଜାତି ଫୁଲ

ଦିଶଇ ଫୁଟି ସୁନ୍ଦର,

ରଙ୍ଗ ଅବିରକୁ ବୋଳାଵୋଳି ହୋଇ

ଭୁଲିବା ଦୁଃଖ ଆମର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract