Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Tragedy Inspirational Others

4.3  

Jayashree Maharana

Tragedy Inspirational Others

କରୋନା

କରୋନା

1 min
227


କରୋନା କବଳେ କବଳିତ ବିଶ୍ୱ

ଚତୁର୍ଦ୍ଦିଗେ ହାହାକାର

ରଚୁଛି ଧରାରେ ମୃତ୍ୟୁର ତାଣ୍ଡବ

ସ୍ଥିତି ଭାରି ଭୟଙ୍କର ।


ମାନବ ସମାଜ ଆତଙ୍କିତ ହୋଇ

ସାଜୁଅଛି ଗୃହବନ୍ଦୀ

ବିଜ୍ଞାନ କୌଶଳ ପ୍ରୟୋଗ ନିମିତ୍ତ

ଖଟାଉଛି ନିଜ ବୁଦ୍ଧି ।


ସଂସାରେ ମଣିଷ ଜନମ ତ ଶ୍ରେଷ୍ଠ

ଈଶ୍ୱର ହିଁ ସର୍ବ ସ୍ରଷ୍ଟା

ରୋଗ ଶୋକ ଠାରୁ ମୁକତିର ପଥ

ସଦା ଚାଲୁଅଛି ଚେଷ୍ଟା ।


କରୋନାର ଦାଉ ଭାଙ୍ଗି ଦେଉଅଛି

ମନ ତଳ ସାହସକୁ

କିଏ ବା କେମିତି ସହିବ ଏ ଦୁଃଖ

ହରାଇ ଯେ ଆତ୍ମୀୟଙ୍କୁ ।


ତଥାପି ଆଶାର ଆଲୋକ ଟିକିଏ

ଜଳୁଅଛି ହୃଦ ତଳେ

କରୋନାର ମୂଳ ଉତ୍ପାଟନ ହେବ

ଆମରି ଉଦ୍ୟମ ବଳେ ।


ଟିକେ ସାବଧାନ ପାଳିବା ନିୟମ

ମାସ୍କ ପିନ୍ଧିବା ନିତି

ଦୂରତା ରଖିବା ସଜାଗ ହୋଇବା

ବିପଦରୁ ଯିବା ବର୍ତ୍ତି ।


ନାଶ ହେବ ନିଶ୍ଚେ ଏହି ମହାମାରୀ

ହସିବ ପୁନଶ୍ଚ ମହୀ

ନୂତନ ସକାଳ ନବ ବାର୍ତ୍ତା ଦେବ

ଭୟଭୀତ ହୁଅ ନାହିଁ ।



Rate this content
Log in

Similar oriya poem from Tragedy