STORYMIRROR

DEEPAK KUMAR PATRA

Romance Tragedy

3  

DEEPAK KUMAR PATRA

Romance Tragedy

ନିସ୍ତବ୍ଧ ମିତାଶ୍ରୀ

ନିସ୍ତବ୍ଧ ମିତାଶ୍ରୀ

1 min
129

ହଁ, ମିତାଶ୍ରୀ 

ତୁମେ ଚୁପରୁହ ସଦା

ଜାଣେନା ତୁମ ଶାନ୍ତ ରହିବାର କାରଣ କ'ଣ

ଚେଷ୍ଟା କରିଛି ବହୁତ ତୁମ ହୃଦୟକୁ

ଧସେଇ ପଶିବାକୁ , ଜାଣିବାକୁ

ହେଲେ,ବୋଧହୁଏ ମୋର୍ ପ୍ରବେଶ ହିଁ

ତୁମ ଦୁଃଖର କାରଣ ....... ।

ଜାଣେ ମୁଁ ଠିକ୍ ନୁହଁ

ବୁଝିପାରେନା କାହା ହୃଦୟକୁ

ଦେଇଯାଏ ଅନେକ ଯାତନା କ୍ଷଣିକରେ

କରିପାର ଘୃଣା ମତେ 

ହେଲେ,ମୁଁ କରିବି କ'ଣ କୁହ

ମୁଁ ଅଭ୍ୟସ୍ତ ତୁମର

ଅଭିଳଷିତ୍ ତୁମର.....।

ଜାଣେନା, ମୁଁ କ'ଣ କରୁଛି

କ'ଣ ଭାବୁଛି କେଜାଣି

ସେଇ ଦୁନିଆଁକୁ ପୁଣି ଟାଣିହେଇ ଯାଉଛି

ନା ନିଜକୁ କେଉଁଠି ନିୟୋଜିତ କରିପାରୁଛି

ନାଁ ନିୟନ୍ତ୍ରଣାଧିନ ହେଇପାରୁଛି

ଆଉ ପାରୁନି ମିତାଶ୍ରୀ

ମୁଁ ଅବଶ ହେଇଯାଇଛି 

ତୁମର ସେଇ ପ୍ରୀତି ମଲ୍ହାରେ…….।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance