Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabina Prusty

Romance Tragedy

3  

Prabina Prusty

Romance Tragedy

ଚକୋରୀ

ଚକୋରୀ

1 min
192



ମୋ ସ୍ମୃତିରେ

ମୋ ଅନୁଭୂତିରେ

ମୋ ବିଶ୍ଵାସରେ 

ମୋ ନିଃଶ୍ବାସରେ

ମୋ ପ୍ରାଣରେ, ପ୍ରତିଟି ତନ୍ତ୍ରୀରେ 

ମୋ ହୃଦୟର ସ୍ପନ୍ଦନରେ 

ଶିରାରେ, ପ୍ରଶିରାରେ

ରକ୍ତ, ମାଂସ, ସ୍ବେଦରେ 

ମୋ ଚାରିପାଖର ପୃଥିବୀରେ

କେବଳ ତୁ--।


ତୋ ଦେହର ବାସ୍ନା 

ତୋ ନୂପୁରର ନିକ୍ବଣ 

ତୋ ଚାଲି, ତୋ ହସ, ତୋ ବେଶ

ମୋ ଇଲାକାରେ

ମୋ ଅନ୍ତରରେ ସାଇତା।


ତଥାପି-

ତୋ-ମୋ ଭିତରେ 

ଏକ ଅପହଞ୍ଚ ଦୂରତା 

ଜହ୍ନ-କଇଁ ପରି

ଆକାଶ-ପୃଥିବୀ ପରି।


ତୁ ଆଜି ମୋ ପାଇଁ ସ୍ବପ୍ନ 

ବୃଥା ପ୍ରୟାସ ମୋର 

ଜହ୍ନ ରାତିର ଚକୋରୀକୁ ପାଇବାରେ।



Rate this content
Log in

Similar oriya poem from Romance