STORYMIRROR

Prabina Prusty

Inspirational

4  

Prabina Prusty

Inspirational

ବର୍ଷାନ୍ତ : ସୂର୍ଯ୍ୟୋଦୟର ପଥେ---

ବର୍ଷାନ୍ତ : ସୂର୍ଯ୍ୟୋଦୟର ପଥେ---

1 min
319


ସ୍ମୃତି ସବୁ ସ୍କରଣୀୟ 

ମଧୁର ଯନ୍ତ୍ରଣାରେ ଉବୁଟୁବୁ

ସମୟର ଚୌହଦୀ।

ହାନି ଲାଭର ଅଙ୍ଗକଷାରେ

ସ୍ମୃତିର ପରବାୟ ନାହିଁ।

ମୁଣ୍ଡ ଟୁଙ୍ଗାରୁଥାଏ ବେଳ

ପଛକୁ ଚାହିଁବାର ଯୁ' ନ ଥିବାର 

ଯୁଝିବାର ବେଳରେ।


ଥନର ରକତ ନିଗିଡ଼ା

ବିଶ୍ବାସ ବି ପର ହେଇଯାଏ 

ନିଃଶ୍ବାସ ଟିକକ ଥିବା ଯାଏ 

ସ୍ମୃତି ଜକଜକ

ଲିଭିବାକୁ ଥିବା ଅଙ୍ଗାର ପରି।

ସମୟର ଦ୍ବାହିରେ କାଳଯାକ

ସ୍ମୃତିରେ ବତୁରା ମାଟି ପିଣ୍ଡୁଳା 

ନିମିଷକେ ପଚପଚ 

ପୁଣି ପ୍ରସ୍ତ ପ୍ରସ୍ତ ଟାଙ୍ଗର। 

ଅମେଇସା ପରେ ତ ପୁନେଇ !

ଘଡ଼ିଏ ଅନ୍ଧାର ପୁଣି ଘଡ଼ିଏ ଆଲୁଅ !


ଜୀଇଁବାକୁ ହେବ ଚିରକାଳ

ଆହାର ମୈଥୁନ ନିଦ୍ରା କବଳିତ

ମୁହୂର୍ମୁହୂ ଯନ୍ତ୍ରଣାରେ ଜର୍ଜରିତ ଜୀବନ 

ସୂର୍ଯ୍ୟୋଦୟର ଆଭାରେ ମସଗୁଲ୍

ସ୍ମୃତିର ଫସିଲ୍ ପରେ

ଆଗାମୀର ଇମାରତ୍ ତୋଳେ।


ଯୁଝିବାକୁ ହେବ-

ବିଶ୍ବାସର ମାଳମାଳ ଇଲାକାରେ 

ନିଃଶ୍ବାସ ପାଇଁ,

ବୁଝିବାକୁ ହେବ-

ଆଗାମୀର ଲମ୍ବା ରାସ୍ତା 

ଆହୁରି ଆଗକୁ ଆଗକୁ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational