STORYMIRROR

Prabina Prusty

Others

4  

Prabina Prusty

Others

ତ୍ରିଶଙ୍କୁ

ତ୍ରିଶଙ୍କୁ

1 min
368


ତ୍ୟାଗ ଓ ଭୋଗର 

ମଝି ପାହାଚରେ ଥାଇ

କେତେ ଦିନ ଜିଇଁବୁ ସନାତନ !


ଗୁଡ଼ ମାଠିଆରେ ଜନ୍ଦା

କଡ଼ି ବରଗାରେ ଉଈ

ସ୍ଥିତିହୀନ ପରିଧିର ଚତୁଃପାର୍ଶ୍ଵ,

ନିଃଶେଷର ଅବଶେଷ ନେଇ

ଧାଇଁ ଧାଇଁ ସ୍ଵେଦସିକ୍ତ ତନୁ

ମହଳଣ ବୟସର ଚିକିମିକି ଖରା।

ଭାବିବାର ଚଉମୁହାଣିରେ

ଟେକା ହାତର ଯୁ'

ହାତ ପାତିବାରେ ରହିବ ତ ସନାତନ !


ଅପସୃୟମାଣ ସମୟର ଦ୍ଵାହିରେ

ଆକ୍ତାମାକ୍ତା ଜୀବନର ପଥରେ

ଦିଗବଳୟ ସବୁଜିମା ଛୁଇଁ ହୁଏ ନାଇଁ

ରକ୍ତ ଗୋଲାପର ମୋହରେ

ନିଜକୁ ବି ଫାଙ୍କି ହୁଏ ନାଇଁ

ବୁଝେଇ ହୁଏ ନାଇଁ ମନକୁ,

ହିସାବ ଦେବାକୁ ପଡ଼େ କଡ଼ାଗଣ୍ଡା କରି।


ଭୋଗର ମୋହ ଉତୁରେଇ

ଚାଲିବାକୁ ହୁଏ,

ହରେଇଥିବା ରାସ୍ତା 

ଧିରେ ଧିରେ ବଦଳି ଯାଉଥାଏ 

ଅବକ୍ଷୟରୁ ଉତ୍ଥାନକୁ -

ଭୋଗରୁ ତ୍ୟାଗକୁ।


ପ୍ରଶ୍ନର ଉତ୍ତର ସବୁ ତଣ୍ଟିରେ ଅଟକି ଯାଉଥାଏ।

ସନାତନ ହାଉଳି ଖାଇ

ମାଡ଼ି ଚାଲିବାକୁ ଉହୁଙ୍କି ପଡ଼ୁଥାଏ

ଭୋଗ ଛାଡ଼ି ତ୍ୟାଗର କଅଁଳ ଖରାରେ।


ମଝି ପାହାଚରେ ସନାତନ

ସ୍ଵର୍ଗ ତ ଅପହଞ୍ଚ 

ମର୍ତ୍ତ୍ୟ ତ ଦୁଃଖ କ୍ଳେଶର ଫେଣ୍ଟାଫେଣ୍ଟି ଇସ୍ତାହାର।

କୋଉଠି ତୋର ସ୍ଥିତି ?

ସ୍ଵର୍ଗରେ ନା ମର୍ତ୍ତ୍ୟରେ ?

ଭୋଗରେ ନା ତ୍ୟାଗରେ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍