STORYMIRROR

Baikunth Bihari Swain

Tragedy

3  

Baikunth Bihari Swain

Tragedy

ଗୁଡି

ଗୁଡି

1 min
113


   


ମୋର ବି ଇଚ୍ଛା ହୁଏ ଉଡ଼ି ବୁଲିବାକୁ

ଏ ଡାଳରୁ ସେ ଡାଳକୁ

ଏ ଗଛରୁ ସେ ଗଛକୁ।

ସ୍ୱାଧୀନ ଭାବେ ନୀଳ ଆକାଶରେ

ମୁକ୍ତ ବିହଙ୍ଗ ସମ

କିନ୍ତୁ ପାରେନା।


ଗୁଡି ଉଡୁଛି ଆକାଶରେ

କାନି ଖାଇ

ତଳ ଉପର ହୋଇ

ଉଡାଳି ମର୍ଜିରେ

ଉଡାଳି ଆନନ୍ଦ ହୁଏ ।

କେତେବେଳେ କେମିତି 

ଅଲଗା ହୋଇଯାଏ ନଟେଇରୁ

ନିଜକୁ ସ୍ୱାଧୀନ ଭାବେ।

ଚାଲି ଯାଏ ଦୂରକୁ ବହୁ ଦୂରକୁ

ଖୋଜିଲେ ମିଲେନା।


ମୁଁ ସଂସାର ସୂତାରେ ବନ୍ଧା

ସୁଖ ଦୁଃଖ ରେ ତଳ ଉପର ହୁଏ

ଠିକ୍ ଗୁଡି ପରି।

ସମାଜ ନଟେଇରୁ ସୂତା ଛିଡାଇ

ଚାଲି ଯିବାର ସାହାସ ମୋର ନାହିଁ।

ପରିଜନ ରଜୁ ଖୁବ୍ ଟାଣ

ମାଞ୍ଜା ଦିଆ ସୂତା ପରି।

ତଥାପି ନଟେଇ ବାଲା

ସୂତା ଟାଣି ପାଖକୁ ନେବାକୁ

ଆଣ୍ଟ କରୁଛି।

ମୋତେ,ତୁମକୁ,ଆମ ସମସ୍ତଙ୍କୁ।


      

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy