ନିଷିଦ୍ଧ ନଗରୀ
ନିଷିଦ୍ଧ ନଗରୀ
ନିଷିଦ୍ଧ ନଗରୀ ଏ ଯେ
ପ୍ରତି ପାଦେ ଖାଲି ବିଭୀଷିକା
କେହି ନୁହେଁ ଆପଣାର ଏଠି
ସ୍ୱାର୍ଥ ଥିଲେ ସବୁ ବନ୍ଧୁ, ସଖା ।
ଆଚରଣେ ,ଉଚ୍ଚାରଣେ ଅଛି ଏଠି
ଅନେକ ପାର୍ଥକ୍ୟ
ସ୍ନେହ, ଶ୍ରଦ୍ଧା ସରାଗ ର ନାହିଁ ଏଠି
ଟିକେ ବି ମହକ
ସ୍ୱାର୍ଥ ରୂପୀ ଦାନବଟା
ଲହ ଲହ ଲମ୍ବା ଜିହ୍ଵା ମେଲି
ଅପେକ୍ଷା କରିଛି ଲୁଚି
ଝୁଣ୍ଟି ଗଲେ ଦେବ ଅବା ଗିଳି
ଛଳନା ଶିଉଳି ଲାଗି ଏ ନଗରୀ
ରାଜରାସ୍ତା ଏମିତି ଖସଡ଼ା
ସୁରକ୍ଷିତ ନୁହେଁ ଜମା ରାସ୍ତା ସାରା
ଖାଲ ,ଢ଼ିପ ଆବଡା,ଖାଵଡା ।
ପାଦ ଚିପି ଚାଲିଲେ ବି ପଡିବାର
ଭୟ ଦିଏ ଘାରି
ତେଣୁ ଦେଇଅଛି ନାମ ମୁଁ ଏହାର
ନିଷିଦ୍ଧ ନଗରୀ ।