STORYMIRROR

Gautam Das

Tragedy Inspirational

4  

Gautam Das

Tragedy Inspirational

ନିଶା ନିଦ ମିଶା ବିଷ

ନିଶା ନିଦ ମିଶା ବିଷ

1 min
393

ନିଶା ନିଦମିଶା ବିଷ

ଇନ୍ଦ୍ରିୟ କରେ ଅବଶ

ଦେହ ମନ ହୃଦ କୋଷ 

ରହେ ନାହିଁ ଅବଶେଷ

ମଣିଷ ସମାଜ ଦେଖୁଥାଏ ନିତି 

ଏହି ଦୟନୀୟ ଦୃଶ୍ୟ....।


ଫୁଲ ଝଡି ଗଲା ବାସ

ମିଶେ ଯାଇ ମାଟି ଘାସ

ବୟସ ଶୋହଳୁ ସାଠିଏ ପୁରିଲା

ଦେଖି ଦେଖୁ ଜୀବ ଶେଷ...।


ଗଲା ସମ୍ମାନ ଓ ଯଶ 

ଗାଆଁ ପରିବାର ଦେଶ 

କୂଳ କଳାର ଯେ କଳୁଷ କାଳିମା

ଏ କଳି କାଳ ବିଶେଷ...।


ଋଣ ପରେ ଦୁଃଖ ବୋଝ 

ବାପା ମା’ ଅପା ଭାଉଜ

ଦେହ ମନ ମାନ ମୂଳୁ ଦୋହୋଲିଛି 

କି କହିବ ଦୁଃଖ ନିଜ....।


କିଛି କହିବୁନି ମାଆ

କିଏ ଶେଷେ ହେବ ସାହା

ଜନମଠୁଁ ସ୍ନେହ ସେବା ଯେ ଦେଇଛୁ

ଦେ ଯାହା ମାଗୁଛି ତାହା...।


କିଛି କହିବନି ବାପା 

ସେ କୂଳପ୍ରଦୀପ ଶିଖା

ଦିଅଁ ଦେବତାଙ୍କ ଆଶିଷେ ପାଇଛ 

ମାଗି ଦିନ ରାତି ଭିକ୍ଷା..

କିଛି କହିବନି ବାପା

ସେ ଯେ ଗଳା ମାଳି ଜପା.....।


କୁଳର ନନ୍ଦନ ସେଇ

ପିତାର ସୌଭାଗ୍ୟ ଦେଇ

ଅଧ ରାତେ ଫେରି ଗାଳି କରୁ ବାନ୍ତି 

ସଫା କରୁଥାଅ ସହି

କହିବ କାହାକୁ ଯାଇ....।


କାହିଁକି କହିବୁ ଅପା 

ସ୍ୱାମୀ ତୋ ସିନ୍ଦୂର ଟୋପା

ଭାଇ ସମାସ୍କନ୍ଦ ବାପା

ଗାଳି ମାଡ ଛାଟ ଦେଇ ଶୁଝାଇବେ

ଉଠିବ ଚମ ଖୋଳପା.....।


ସାବିତ୍ରୀ ବ୍ରତର କଥା

ରକ୍ଷା ବନ୍ଧନର ପ୍ରଥା

ସ୍ୱାମୀ କିବା ଭାଇ ନିଶାଗ୍ରସ୍ତ ଥିଲେ

ରହ ନଇଁକରି ମଥା 

ନକରି ଉଚ୍ଚରେ କଥା 

କେତେ ସହୁଥିବୁ ଅପା 

ସବୁ ପ୍ରବଚନ ଫମ୍ପା....।


ନାହିଁ ତୁମ ସଜବାଜ

କେତେ ସହିବ ଭାଉଜ 

ପୁଅ ଝିଅ ସ୍ୱାମୀ ଘର ପରିବାର 

ବୋହି ଚାଲିଛ ଏ ବୋଝ...।


ଋଣଗ୍ରସ୍ତ ନିଶାସକ୍ତ 

ଦୁର୍ଗୁଣେ ହୋଇ ଆସକ୍ତ

ଧନ ଜ୍ଞାନ ମାନ ଗଲା ହାଟେ ଘାଟେ

ଶୁଭୁନି ପାଦ ପାଉଁଜ.....।


ଅଧୋଗତି ପଥେ ଯାଇ 

ଆଗ ପଛ କିଛି ନାହିଁ 

ଏ ପିଢିର ସବୁ ସନ୍ତାନ ସନ୍ତତି

ନିଶାର ଶିକାର ହୋଇ....।


କୁହ ମୋ ଜନମଭୂମି

କୁହ ହେ ଜଗତନାଥ 

କାହିଁକି ଏ ଜାତି ଇତିହାସେ ଯିଁଏ

ବର୍ତ୍ତମାନ ପଥଚ୍ୟୁତ....।


ତୁମରି ଆଶିଷ ମାଆ

ଜଗନ୍ନାଥ ତୁମେ ସାହା 

ଅବାଟରୁ ତୁମେ ବାଟ ଯେ କଢାଅ

ହୋଇ ଯେ ଅନ୍ତିମ ରାହା....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy