Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

ତାରାପ୍ରସାଦ ଜେନା

Romance

3  

ତାରାପ୍ରସାଦ ଜେନା

Romance

କଳାମେଘୀ ପାଟ ପିନ୍ଧି ମେଘଟେ ହୋଇ

କଳାମେଘୀ ପାଟ ପିନ୍ଧି ମେଘଟେ ହୋଇ

1 min
211



କଳାମେଘୀ ପାଟ ପିନ୍ଧି ମେଘଟେ ହୋଇ

ବରଷିଯା' ପ୍ରିୟା ମୋର ଭିଜେଇ ଦେଇ

...........କଳାମେଘୀ ପାଟ ପିନ୍ଧି 

             ମେଘଟେ ହୋଇ ! ୦ !


ନାଚୁଥିବି ମୟୂର ମୁଁ ଚନ୍ଦ୍ରିକା ତୋଳି

ସାରା ଖୁସି ଉଡୁଥିବି ସରାଗ ଦୋଳି

କୁଳୁ କୁଳୁ ବୋହୁଥିବ ଆଶାର ନଈ

...........କଳାମେଘୀ ପାଟ ପିନ୍ଧି 

             ମେଘଟେ ହୋଇ ! ୧ !


ମନବେଙ୍ଗ ରଟୁଥିବ ଜୀବନ ଗୀତ

ଫିକା ଫିକା ଆଲୁଅରେ ଅଳପ ଶୀତ

ଅଳସ ଆଖିକୁ ନିଦ ଆସିବ ଛାଇ

...........କଳାମେଘୀ ପାଟ ପିନ୍ଧି 

             ମେଘଟେ ହୋଇ ! ୨ !


ସପନର ଇନ୍ଦ୍ରଧନୁ ଦିଶିବ ପରୀ

ଲାଜ ଲାଜ ଓଠ ହସେ ମାନିବ ଭାରି

ସପନଟା ଭାଙ୍ଗି କାଳେ ଉଠିବି ଚେଇଁ

...........କଳାମେଘୀ ପାଟ ପିନ୍ଧି 

             ମେଘଟେ ହୋଇ ! ୩ !



Rate this content
Log in

Similar oriya poem from Romance