ସାଥି
ସାଥି


ସାଥି ତୁମେ ମୋ ମନ ଫୁଲ ବଗିଚାର
ପ୍ରୀତି ଝରା ମଧୁ, ତୁମ ସ୍ପର୍ଶରେ ସତେ
ମୁଁ ପାଲଟି ଯାଇଛି, କୋଟି ଆଲୋକର ଇନ୍ଦୁ|
ସାଥି ତୁମେ, ମୋ ମନର ପ୍ରଥମ ପ୍ରେମରେ
ଗାଇଥିବା ପ୍ରଥମ ପ୍ରେମଗୀତି ତୁମ ସାଙ୍ଗେ
ପ୍ରୀତି ନୁହେଁ, ମୋର ଚୋରା ଚଇତି |
ସାଥି ତୁମେ ମୋ ଜୀବନେ ଭରି ଅଛ
ପାରିଜାତ ଫୁଲର ସୁଗନ୍ଧ, ଆଉ
ତା ସହିତ ମିଠା ମିଠା ଗୀତ ଆଉ ଛନ୍ଦ |
ସାଥି ତୁମେ ମୋ ଜୀବନେ ଭରିଛି
ଜୋଛନା ଠାରୁ ବି ଶୀତଳ ସ୍ପର୍ଶର ଅନୁଭବ
ତୁମ ପ୍ରେମପ୍ରୀତିର ପ୍ରତେକ ଶବ୍ଦ ମୋ ପାଇଁ ଦୁର୍ଲ୍ଲଭ |
ସାଥି ହୋଇ ବଞ୍ଚିବା ଆମେ ଯୁଗ ଯୁଗକୁ
ପ୍ରେମ ପ୍ରୀତି ଆମ ଯୋଡ଼ିଛି, ପରା ଦୁଇ ମନକୁ
ଦୁଇ ମନ ଏକ ହେଲେ, ଗୋଟେ ପ୍ରାଣ ହୁଏ |
ସାଥି ତୁମେ କଥା ଦିଅ, ରହିଥିବ ହୋଇ ସାଥି
ମୋର, ସବୁ ଜନ୍ମରେ, ବର୍ଷ ପରେ ବର୍ଷ ଦିବା ନିଶି
ଦିନ ଦଣ୍ଡ ମାସ, ତୁମ ପ୍ରୀତିର ସ୍ପର୍ଶ ରହୁ ନିରନ୍ତରେ |