STORYMIRROR

kusum panda

Romance

4.6  

kusum panda

Romance

ଚିଠିରେ ଚିଠିରେ

ଚିଠିରେ ଚିଠିରେ

1 min
1.2K


ଚିଠିରେ ଚିଠିରେ

ମୋ ମନ ଉଷ୍ମତା

ଖୋଲିଲି ନୀରବେ

ତୁମର ସ୍ପର୍ଶତା


ପଢିଲି, ତୁମ ଚିଠିରେ

ତୁମେ ଲେଖିଛ........

######

 ବହୁ ଦିନର ନିରବତା ପରେ

 କଷ୍ଟ ଦେଲା କିନ୍ତୁ  

 ହାତ ଗଲା ଲେଖିବାକୁ,

 କାହିଁ ଗଲ ତୁମେ 

 ଅତି ନିକଟ ହୋଇ

 ମୋ ଚିଠି ପଢି ବୁଝିପାରିବ,

 କେମିତି କହିବି ଜାଣି ପାରୁନି ଏସବୁ

 ଅଥଚ ଚାହେଁ ମନ 

 ବହୁ କିଛି.......

 କିପରି ଅଛ, କେଉଁଠି ଅଛ

 ଆଉ ତୁମ କବିତା ?

 ଆଜିକାଲି କାହିଁ, କେଉଁଠି

 ଦେଖୁନାହିଁ ବହି ପତ୍ରରେ

 ଏମିତି କେତେ ପ୍ରଶ୍ନ

 ତୁମକୁ ନେଇ....

 ହେଇ ମନେ ପଡେ ଆଜି 

     ଗାଆଁ ନଦୀ କୂଳରେ ଥିବା

     କାଶତଣ୍ଡୀ ଫୁଲର ଦୃଶ୍ୟ,

      କି ମନୋହର !

 ଗାଆଁ ବାଡିପଛ କଦଳୀ ପତ୍ରର

 ସାଇଁ ସାଇଁ ହଲିବା ଶବ୍ଦ

 କିଆ ବୁଦା ମୂଳେ ଲୁଚି ରହି

 ହସି ପାଟି କରିବା

      ଆଉ କିଛି କିଛି ଜଣା ଅଜଣା 

      କଥା କୁହା ବାହାନା

 ସେଥିରେ ବହୁତ କିଛି ଅଛି ....ଅଭୁଲା ସ୍ମୃତି

 ଏସବୁକୁ ନେଇ କେତେ

 ମନଗଢା କବିତା....

 ତୁମର ବଡ଼ ବଡ଼ ଆଖି,

      ମଥାର କଳା ଟିକିଲି, 

      ଓଠର ଖିଲି ଖିଲି ହସ

 ବେଶ୍ ସୁନ୍ଦର ଦିଶଇ , ତୁମ ଚେହେରା

 ମନରେ ରଙ୍ଗରୂପ ଛବି ନେଇ ଆସ,

    କେବେ କେବେ

     ଝାପ୍ସା ହୁଅ ତୁମେ

      ମୋ ଘର ସାମ୍ନାରେ ,

       ସ୍ୱପ୍ନ ପରି ଲାଗେ

        ବିଗତ ଦିନ ଗୁଡ଼ାକ

 **************

ପଢି ଲେଖିଲି ଚିଠିରେ ଚିଠିରେ.....

ଭଲ ଅଛି,

 ସଂସାର ଏଇ କେତେ ବର୍ଷର

 ଆରମ୍ଭ କରିଛି

ନାନା ବାଧାବିଘ୍ନକୁ ନେଇ!

ସବୁ ଭିତରେ କେତେ

    ହରେଇଛି ଆଉ

    କିଛି ହଜେଇଛି !

ପୁଅ ମୋର ଭାରି ଚଗଲା

ପାଠ ପଢେନି

ଦୁଷ୍ଟ ହୁଏ

ଦିନ ସାରା ତା'ରି ପଛରେ ଲାଗିରହେ

ବ୍ୟସ୍ତତା ଭିତରେ କିଛି ଅଛି ମଧୁରତା

ହଁ

ବଡ଼ ପରିବାର.....

 କର୍ମମୟ ଜୀବନ ଭିତରେ

 ଗାଳ୍ପିକ ସାଜି ଖୋଜେ 

 କିଛି ପଛୁଆ ପୃଷ୍ଠାର

 ସଞ୍ଜୀବନୀ

 ଆଉ ଲେଖିବସେ

 ଆଗୁଆ ଜୀବନର କାହାଣୀ

     ସହ ବନ୍ଧୁତାର ହାତ 

       ଆଉ ପରିବାରର ଦାୟିତ୍ୱ

 ନଈ କୂଳରେ ଥିବା ଏକ ଦର୍ଶକ

    ଆଉ ମୁଁ,ମୋ ଅନୁଭୂତିର ଆଲବମ୍ 

      ଭୁଲି ପାରିବିନି ସେ ସବୁକୁ.....

       ଚିଠିରେ ଚିଠିରେ ସମ୍ପର୍କ

       ବହୁ ଦୂର.....

 ସେହି ସମୟର ଅପେକ୍ଷା ! 

 ଦିନ ପରେ ରାତି

 ରାତି ପରେ ଦିନ

 ଆକାଶକୁ ଚାହେଁ

 ବିହଙ୍ଗେ ପୁଣି କର୍ମତତ୍ପରତାରେ

 ଝଡଝଞ୍ଜାର ଆସରରେ

 ମୁଁ ଆଉ ତୁମ କବିତା ଏବେ

 ଜଞ୍ଜାଳପୂର୍ଣ୍ଣ ଘେରା ଭିତରେ..... 

     ତଥାପି ବହୁତ କିଛି

       ପ୍ରଶ୍ନ ଉଠେ

        ମନକୁ ଛୁଏଁ 

    ଆଉ ମୋ ମନର ଉତ୍ତର ପାଇବାକୁ….....ଅପେକ୍ଷା

 ଚିଠିରେ ଚିଠିରେ !  

               

     

 

  

  

  

  

  

  

  

  

  

  

  

  

  

  

  

  

  

  



Rate this content
Log in

Similar oriya poem from Romance