ମୋ ମନର ଚାବିକାଠି ଦେଇଦେଲି ତତେ
ମୋ ମନର ଚାବିକାଠି ଦେଇଦେଲି ତତେ
ମୋ ମନର ଚାବିକାଠି ଦେଇଦେଲି ତତେ
ହଜେଇଲେ ଖୋଜୁଥିବୁ ଦିନ ରାତି ସତେ ! ୦ !
ତୋ କାନିଟାରେ ବାନ୍ଧିଥିବୁ ଚାବିକାଠି କଷି
ସୋହାଗର ଗଣ୍ଠି ସିନା ଜୀବନର ଖୁସି
ଫିଟିଗଲେ ଅପଡ଼ିଆ ଲାଗିଯିବ କେତେ !
ଦୁଃଖ ଲୁହ ପୋଛିବୁନି କାନି ଯିବ ଚିରି
ମୋହ ମାୟା ଏଡ଼ିବୁନି ଅଧା ପ୍ରାଣ କରି
ଅବାଗିଆ ଭାବିବୁନି ଜମା ଥରେ ମତେ !
ରାଣ ଖାଇ ରହିଥିବା ଏଠି କେତେ କାଳ
ଆମ ଲାଗି ଅଳି ଗାଳି ଜୀବନର ଖେଳ
ବୁଝିବାକୁ ଡେରି ନାହିଁ ପ୍ରେମ ଧରା ହାତେ !