STORYMIRROR

bhagyashree das

Romance

3  

bhagyashree das

Romance

ଚିଠିରେ ଚିଠିରେ

ଚିଠିରେ ଚିଠିରେ

1 min
21

ଚିଠିରେ ଚିଠିରେ, 

ଦେଲ ଯେ ଭାବ ଲଗେଇ

କାଟୁଛି ମୋ ଦିନ

ତୁମ ଚିଠି ଅପେକ୍ଷାରେ ରହି...


ଚିଠିରେ ଚିଠିରେ, 

ଭରି ଦେଇଛ ପୀରତି  

ସେ ପ୍ରୀତେ ଗଲି ମୁଁ ଛନ୍ଦି

ଆଉ କିଆଁ ମିଳିବ ମୁକତି


ଚିଠିରେ ଚିଠିରେ, 

ତୁମେ ଆଣିଛ ବିଶ୍ୱାସ 

ଲାଗେ ଆଜି ଚିଠି 

ହେବି ଅଣନିଃଶ୍ୱାସ 


ଚିଠିରେ ଚିଠିରେ, 

ତୁମେ ଢ଼ାଳିଛ ଅତର

ସେ ମହକେ ନାଚି ଉଠେ

ପ୍ରତି ଛବି ଯେ ତୁମର


ଚିଠିରେ ଚିଠିରେ, 

କେତେ ବୋଳିଛ ରଙ୍ଗ

ସେ ରଙ୍ଗ ବୋଳି ହେଲି

ଆଜି ବେରଙ୍ଗି ମୋ ଅଙ୍ଗ


 ଚିଠିରେ ଚିଠିରେ,

ଯେତେ ବାଣ୍ଟି ଥିଲ ଫୁଲ

ସେ ଫୁଲ ସାଉଁଟି ଆଜି

କରେ ମଥା ଫୁଲ


ଚିଠିରେ ଚିଠିରେ, 

ଆଜି ଦଉଛି ମୁଁ କହି 

ଚିଠି ପାଇ ଚିଠି ଦେବ

ରହିଥିବି ଚାହିଁ..... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance