STORYMIRROR

Santosh Kumar Nayak

Abstract Romance Others

3  

Santosh Kumar Nayak

Abstract Romance Others

ରବିବାର

ରବିବାର

1 min
217

ଭାବିଥିଲି ତୁମେ ଆସିଲେ

ଡ୍ରଇଂ ରୁମ୍ କୁ ସଜାଇ ଦେବି

ନାଲି ନେଳି ନିର୍ଜୀବ ଫୁଲରେ,

ଇଭିନିଂ ଇନ୍ ପ୍ୟାରିସର ସୁଗନ୍ଧରେ

ମହକାଇ‌ ଦେବି ବେଡ୍ ରୁମକୁ

ଆଉ ପଲଙ୍କରେ ଧଳା ବେଡ୍ ସିଟ୍ ପକେଇ

ବିଞ୍ଛିଦେବି ସଦ୍ୟ ପ୍ରସ୍ଫୁଟିତ

ଗୋଲାପ ପାଖୁଡା ।

ତୁମ ପାଇଁ ସ୍ଵହସ୍ତେ ମୁଁ ରାନ୍ଧିଦେବି

ଚିକେନ କଷା ସହ 

ହାଇଦ୍ରାବାଦୀ ବିରିୟାନି,

ମୃଦୁ ପାନୀୟ ଗିଲାସେ ଦେଇ

ପ୍ରଦିବଦଳରେ କିଣିନେବି

ତୁମ ମନ ଓ ହୃଦୟ ।

ଖାଇବା ପିଇବା ପରେ

ମଜ୍ଜି ଯିବି ତୁମ ସହ

ପ୍ରୀତି ଆଳାପରେ,

ପ୍ରେମରେ ମସଗୁଲ୍ ହେଇ

ବନ୍ଦୀ ମୋତେ କରିନେବ

ତୁମେ ତୁମ ବାହୁ ବନ୍ଧନରେ ।

ସଞ୍ଜ ହେଲେ ବୁଲିଯିବା

ସମୁଦ୍ର କୂଳକୁ,

ଆଞ୍ଜୁଳା ଆଞ୍ଜୁଳା ପାଣି ଢ଼ାଳି ଦେଇ

ଭିଜେଇବି ତୁମ ତନୁ ଆଉ ମନ ।

ହେ ରବିବାର

କଳ୍ପନାରେ ତୁମେ 

ନୂଆବୋହୁଟିଏ ପରି ଭାରି ଚଞ୍ଚଳ,

ହେଲେ ବାସ୍ତବରେ

ତୁମେ ଏଡେ ଅଳସୀ ।

ତୁମେ ଆସିଲ

ସାଥିରେ ଆଳସ୍ୟ ଓ 

ନିଦର ପସରା ନେଇ ,

ମୋର ସମସ୍ତ କଳ୍ପନାକୁ

ହଜେଇ ଦେଲ 

ନିଦର ବାରିଧି ଭିତରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract