ମୋ ପ୍ରିୟତମା
ମୋ ପ୍ରିୟତମା
ଚାରୁ କୃଷ୍ଣ କେଶି
ଲଳନା ସୁକେଶି
ମେଥିରେ ପଖାଳି ସବୁ କେଶରାଶି ,
ଝାଡି କେଶ ପାଣି
ଗୁନ୍ଥି ଲମ୍ବା ବେଣୀ
ଆନିତମ୍ୱ ଲମ୍ବାଇ ଗଜରା ବେଣୀ ।
କୁଂଚିତ କେରାଏ
ବାଲର ପୁଞ୍ଜକୁ
ଚନ୍ଦ୍ରମା ମୁଖର ଆଗରେ ଝୁଲାଇ
ଛାତ ର ଉପ ରୁ
ଦର୍ଶନ ର ଆଶେ
ପଛକୁ ଅନାଏ ଗଜରା ହଲାଇ ।
ଗୋ କୃଷ୍ଣ ନୟନୀ
ତୁମ ଆଖିର ଠାଣି
କଳାମାଣିକ ରୁ ବି ଜିତା ,
ଏତେ ଉଜ୍ଜ୍ୱଳ ଆଖିକୁ
କଜ୍ଵଲ କାହିଁକି
ଲୋଡା ହେବ ଗୋ ବନିତା ?
ଶରଦ ପୂର୍ଣ୍ଣମୀ ଶଶୀ
ତୁମ ଆଗରେ ମଳିନ ଦିଶି
>
ଲୁଚିଯାଏ ବେଳେବେଳେ
ବାଦଲ କୋଳେ ।
ରୂପରେ ରୂପସୀ
ଅହଲ୍ୟା କୁ ଜିତି
ସତୀ ସୀତା ଗୁଣେ ଗୁଣି ,
ଦ୍ରୌପଦୀ ର ଦର୍ପ
ମୋନାଲିସା ହସ
ଫିକା ପଡ଼ିଯାଏ ପୁଣି ।
ପ୍ରିୟତମା ପଣେ
ରାଧିକା ସୁନ୍ଦରୀ
ତୁଲ୍ୟ ତୁମ ଭାବ ପ୍ରୀତି ,
ଏ ଜୀବନ ପ୍ରାଣ
ତୁମରି ପଣତେ
ବନ୍ଧା ରଖିଦେଲି ସାଥୀ ।
ତୁମରି ତାପ ରେ ଶାନ୍ତି
ତୁମରି ବନ୍ଧନେ ମୁକ୍ତି
ତୁମରି ସ୍ପର୍ଶ ରେ ଦିବ୍ୟ ଅନୁଭବ ,
ତୁମେ ହିଁ ମୋ ସ୍ଵର୍ଗ
ମାଟି ପାଣି ପବନ
ଏ ପଞ୍ଚ ଭୂତର ସକଳ ବିଭବ ।