ଶୀତ ରାତିର ର ଅକୁହା କଥା
ଶୀତ ରାତିର ର ଅକୁହା କଥା
ସକାଳୁଆ ଘନ କୁହୁଡି କୁ
ବୁନ୍ଦା ବୁନ୍ଦା କାକରପାତ
ହେମାଳ ପବନେ ଶୀତେଇ ଯାଏ
ଦେହ ଗୋଡ଼ ହାତ ।
ମଝିରେ ମଝିରେ
ମେଘୁଆ ଆକାଶେ
ସୂର୍ଯ୍ୟ ନ ଦିଶେ
ଖରା ନ ଦିଶେ
ଗଗନ କୁ ଘୋଟେ ବାଦଲ ଛାତ ।
ମହାବଳ ଠାରୁ ହିଂସ୍ର
ହାଡ଼ଭଙ୍ଗା ଶୀତ
ବୁଢ଼ାବୁଢ଼ୀ ,ଛୁଆପିଲା ସଭିଏଁ
ନିଆଁ କୁ କରି ପରମ ମିତ
ଦାଣ୍ଡେ ଦାଣ୍ଡେ ଜାଳି ଉମହେଇ ଅଁତରା
ଶୁଣନ୍ତି ଗପ
ଗାଆନ୍ତି ଗୀତ ।
ହେଲେ ମଳିନ ଦିଶନ୍ତି
ଫୁଲମାନ ସବୁ
ଝାଉଁଳି ଯାଆନ୍ତି ଅଫୁଟା କଳି
ଏଇ ଶୀତ କବଳ ରେ ପଡ଼ି
ହଳଦିଆ ସୋରିଷ ଫୁଲ
କଇଁ ପଦ୍ମ ଆଉ
ଅନ୍ୟ ଶୀତୁଆ କୁସୁମ
ବୃନ୍ତରୁ ପଡନ୍ତି ଝଡ଼ି ।
ଗୌନ୍ତିଆ ଘରେ ଅଭାବ ନାହିଁ
ଘରେ ଘରେ ରୁମ୍ ହିଟର୍
ଶାଲ କମ୍ବଳ ଦାମୀ ସ୍ବିଟର୍
ହେଲେ
ଗରିବ କୁଡ଼ିଆରେ ଏ ଦୀର୍ଘ ଶୀତରାତି
ଜୀବନ କୁ ଏକ ଅଭିଶାପ
ଆଉ ଥାର୍ଡ ଡିଗ୍ରୀ ଟର୍ଚର ।
ତଥାପି ସମସ୍ତେ ସହି ଯାଆନ୍ତି
ଏ ତାଡନା
ରାତି ପାହିଗଲେ ପାଖ ପଡିଶା ରେ
ସାଥୀ ସଙ୍ଗାତ ରେ
ଆଲୋଚନା କରି ଗତ ରାତିର
ଅସହ୍ୟ ଯନ୍ତ୍ରଣା ।
ପତି - ପତ୍ନୀ , ପ୍ରିୟା - ପ୍ରିୟତମ
ସଂଯୋଗ ବେଳା ରେ ଥାଆନ୍ତି ଯେଉଁ ଜନ
ସେମାନଙ୍କୁ ଆଶୀର୍ବାଦ ବୋଧେ
ଶୀତ ରଜନୀର ଏ ଉଷୁମ ସଙ୍ଗମ ।
ହେଲେ
ବୈଧବ୍ୟ ବାହୁନି
ବିଚ୍ଛେଦେ ଜଳନ୍ତି ସାରା ରାତି
ରାଧିକା ଉର୍ମିଳା
କାମଦେବ ଆଉ ରତି ।
ଆଉ ସେମାନଙ୍କ ଦୁର୍ଭାଗ୍ୟ ଯେ
ତାଙ୍କର ବିରହ ଦଂଶନ
ଅନ୍ତର ଯନ୍ତ୍ରଣା
କାହାରି କୁ କହିହୁଏ ନାହିଁ କି
ସହି ହୁଏ ନାହିଁ ।
କହିଲେ କାହାକୁ
ଗାଆଁ ଦାଣ୍ଡରେ ପଡ଼ିବ ହୁରି
ବଡ଼ ନିର୍ଲଜ୍ଜ ଇଏ
ସିଏ ବଡ଼ ଅଲାଜୁକି !
ଖାଲି ମୋ ଦଂଶନ ମାରେ
ପ୍ରଶ୍ନଟିଏ
ଯିଏ ସେ ନିଆଁରେ ଜଳି ନାହିଁ
ଏ ସମାଲୋଚନା ପାଇଁ
ତାଙ୍କୁ ଅଧିକାର କିଏ ଦେଲା କି ?