ଅସ୍ତିତ୍ୱ
ଅସ୍ତିତ୍ୱ
ଭାବୁଛି କିଛିଦିନ ହେଲା
ଭାଙ୍ଗିଦେଇ କାଚର ଝରକା
ସତେ ଉଡିଯାନ୍ତି, ଝାଡିଦେଇ ଅଶାନ୍ତି ଓ ଆଶଙ୍କାର ପର
ନିଅନ୍ତି ବିଦାୟ କରିଦେଇ
ଏ ମାୟା, କାୟା, କାମନା ଓ କର୍ତ୍ତବ୍ୟକୁ କରି ସାତପର..
ମୁକ୍ତ ଆକାଶରେ ଦିଶନ୍ତାନି
ଶତ୍ରୁ ପୁଣି କିଏ ଥିଲା ମିତ୍ର
ଆନମନା ମନତଳେ ଶୁଭନ୍ତାନି
ଶ୍ୱେତପଦ୍ମାର ଇଙ୍ଗିତ କି ଆହ୍ୱାନ
ଶବ୍ଦମାନେ ବି ଫେରିଥାନ୍ତେ ଭୁଲିଯାଇ ମୋ କବିତାର
ମୃଦୁ ଚୁମ୍ବନ...
ସତରେ ଆଜି ହୁଅନ୍ତି କି
ଆତ୍ମ ନିଲମ୍ବନ !!!