STORYMIRROR

Umashankar Satpathy

Romance

3  

Umashankar Satpathy

Romance

ଅସ୍ତିତ୍ୱ

ଅସ୍ତିତ୍ୱ

1 min
375


ଭାବୁଛି କିଛିଦିନ ହେଲା 

ଭାଙ୍ଗିଦେଇ କାଚର ଝରକା

ସତେ ଉଡିଯାନ୍ତି, ଝାଡିଦେଇ ଅଶାନ୍ତି ଓ ଆଶଙ୍କାର ପର  

ନିଅନ୍ତି ବିଦାୟ କରିଦେଇ

ଏ ମାୟା, କାୟା, କାମନା ଓ କର୍ତ୍ତବ୍ୟକୁ କରି ସାତପର..

ମୁକ୍ତ ଆକାଶରେ ଦିଶନ୍ତାନି 

ଶତ୍ରୁ ପୁଣି କିଏ ଥିଲା ମିତ୍ର

ଆନମନା ମନତଳେ ଶୁଭନ୍ତାନି

ଶ୍ୱେତପଦ୍ମାର ଇଙ୍ଗିତ କି ଆହ୍ୱାନ

ଶବ୍ଦମାନେ ବି ଫେରିଥାନ୍ତେ ଭୁଲିଯାଇ ମୋ କବିତାର

ମୃଦୁ ଚୁମ୍ବନ...

ସତରେ ଆଜି ହୁଅନ୍ତି କି

ଆତ୍ମ ନିଲମ୍ବନ !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance