STORYMIRROR

CHITTARANJAN DEHURY

Romance Classics Inspirational

3  

CHITTARANJAN DEHURY

Romance Classics Inspirational

ତଲ୍ଲୀନ

ତଲ୍ଲୀନ

1 min
223

ତୋଳି ଦିଅ ପ୍ରିୟ  ମେଘରେ ମହ୍ଲାର

    ସପ୍ତ ରନ୍ଧ୍ର ଜିଣି କମ୍ପୁ,

ପ୍ରୀତି  ପ୍ରଣୟର   ମୂର୍ଚ୍ଛନା  ମଧୁର

    ଦରହସେ ଛାନ୍ଦ ଚମ୍ପୂ ।।


ପିନ୍ଧିଣ  ନୁପୁର   ତୁମ ଶୁଭ୍ର ପଦେ

    ପ୍ରୀତିର ତାଣ୍ଡବ ରଚ,

ବନ ଲତା ଗିରି   ଅପୂର୍ବ ସୁଗନ୍ଧେ

    ଭରିଯାଉ ମହୀ ମଞ୍ଚ ।।


ଶ୍ୟାମଳ ବଦନେ   ରଙ୍ଗର ଅବିର

    ପ୍ରୀତି ଫଲ୍ଗୁ ଦେବି ସିଞ୍ଚି,

ରଙ୍ଗ  ଅଧରରେ  ମୋ ମଥା ସିନ୍ଦୁର

    ଯିବ ନାହିଁ ଲାଜେ ଘୁଞ୍ଚି ।।

     

ତପତ  ଧରଣୀ   ବିକଳ ଆତୁରେ

    କରିଛି  ତବ ପ୍ରତୀକ୍ଷା,

ଢ଼ାଳି ପ୍ରୀତି ସୁଧା  ଅତୃପ୍ତ  ପ୍ରାଣରେ

    ପ୍ରଶମ ଶୀଘ୍ର ବୁଭୁକ୍ଷା ।।


କର ତୁମ୍ଭେ ପଣ  ଯଶୋଦା ନନ୍ଦନ

    କରିବନି   ହତାଦର,

ତୁମ୍ଭ ଭାଗ୍ୟେ ଲେଖା ରାଜଯୋଗ ସିନା

    ବିଚ୍ଛେଦ ଭାଗ୍ୟରେ ମୋର ।।


ତୁମ୍ଭେ ଦେବୀ ଶକ୍ତି  ତୁମ୍ଭେ ଯୋଗମାୟା

    ତୁମ୍ଭରି  ଇଙ୍ଗିତେ  ସୃଷ୍ଟି,

ବୃଷଭାନୁ  ସୁତା    ସର୍ବଜ୍ଞାତା  କାୟା

   ଅଭିମାନେ  ଫେଡ଼ ଦୃଷ୍ଟି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance