ପ୍ରେମ ସାଗର
ପ୍ରେମ ସାଗର
ପ୍ରେମ ଦରିଆରେ ମନ ଡୁବି ଗଲେ
ଖେଳେ ଯେ ଅଦ୍ଭୁତ ଶାନ୍ତି
ଉଦାସ ମନରେ କେତେ ଯେ ସପନ
ଛବି ତୋଳି ଯାଏ ରାତି ।
ଶୀତଳ ସମୀରେ ମଳୟ ବସନ୍ତ
ଜୀବନେ ଆସଇ ଝୁମି
ଉତଫୁଲ୍ଲିତ କରି କଥା ଦେଲା ସାରି
ପ୍ରୀତି ରୂପା ଅଭିମାନୀ ।
ହୃଦୟ ମନ୍ଦିରେ ସଜାଡି ଲେଖିଛି
ଅଭିସାରିକାରେ ଭାଷା
ସେ ଭାଷା ପାଉଁଜି ରୁଣୁଝୁଣୁ ବାଜି
ଜଗାଏ କାମନା ତୃଷା ।
ପ୍ରେମ ଅନୁଭୂତି ଅନଳ ଯେମିତି
ରୂପ ତା ଅଦୃଶ୍ୟେ ବାସ
ପ୍ରେମ ସାଗରରେ ଡୁବାଇ ଦିିଏ ସେ
କେବେ କାନ୍ଦ କେବେ ହସ ।
ଲିଭେନା ସେ ନିଆଁ ଦିିିଶେନା ଯେ ଧୁଆଁ
କାମ ସ୍ପର୍ଶେ ହୁଏ ନାଶ
ପିରତି ଦରିଆ ପାରି ହେବା ପାଇଁ
ସାହସ ନାବରେ ବସ ।

