STORYMIRROR

Gouri Panda

Romance

3  

Gouri Panda

Romance

ମିଠା କାହାଣୀ

ମିଠା କାହାଣୀ

1 min
236


କାହାକୁ କହିବି ମୋ ମିଠା କାହାଣୀ 

ସୁମରି ସୁମରି ମୁଁ କ୍ଷୀଣ ହେଲିଣି। 

ବିଗତ ହେଲାଣି ସେ ମିଠା କାହାଣୀ 

ତଥାପି ଝୁରୁଛି ମୋ ମନ ବାୟାଣୀ। 

ପ୍ରେମର ପଥ ରେ ସେ ଥିଲା ପଥିକ

ଭାବନା ରାଇଜେ ବୁଲିଛି ଅନେକ। 

ପ୍ରିୟତମ କଥା ସେ ,ଯେଭାଳି, ଭାଳି

କଟାଇଛି ରାତି, ଜାଗର ବି ଜାଳି ।

କେଡେ ମିଠା ଥିଲା ସେଇ ଅନୁଭବ 

ଇଚ୍ଛା ହୁଅଇ ବାରମ୍ବାର ଭାବିବ। 

କେମିତି, କିପରି ,ମୁଁ ଦେଖା ପାଇବି?

ପ୍ରେମ ମିଠା କଥା ଟିକିଏ ଶୁଣିବି।

ପ୍ରେମ ର କାହାଣୀ,ଏ ପ୍ରେମ ପରଶ

ସବୁଠାରୁ ମିଠା ଲାଗଇ ସରସ। 

ବୟସ ର ମିଠା ଅତର ବାସ୍ନା ରେ

ବାସ୍ନାୟିତ ସେ ମିଠା ଅନୁଭବରେ। 

କାହାକୁ କିଛି ତୁ ନକହିଲେ ମିତ

ଜାଣି ଥା ଏହା ଯେ ହୃଦୟ ର ସତ। 

ତୋ ମନ, ହୃଦୟ ଯେ ଏହାର ସାଖୀ 

ମିଠା କାହାଣୀ ଭାବି ଭିଜିଛି ଆଖି। 

ଆଜି ବି ତୋ ପାଇଁ ସେ ମିଠା କାହାଣୀ 

ଆଣେ ସ୍ପନ୍ଦନ ମିଠା ଜହର ବୁଣି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance