ଏମିତି ବି ଦିନ ନାହିଁ
ଏମିତି ବି ଦିନ ନାହିଁ
ଏମିତି ଵି ଦିନ ନାହିଁ
ତୁମ କଥା ଭାବେ ନାହିଁ
ଭାଵି ନାହିଁ ଵୋଲି
ଵେଳେ ବେଳେ ରାତି ପାଏ ନାହିଁ
ସପନ କୁ କହେ ତୁ ଥା
ପ୍ରିୟା କୁ ମୋ ଦେଖୁଥାଏ
ଅଧା ନିଦେ ଅଧା ଚେଇଁ
ଏ କଥା ତୁମକୁ ପାରେନା ବୁଝାଇ
କେତେ ଭଲ ପାଅ
କୁହ ମୋ ଦେହକୁ ଛୁଇଁ
ମୋ ଠୁ ମୁଁ ଅଧିକ ଭଲ ପାଏ
କହିଥିଲି ତୁମ କୁ ନ ଛୁଇଁ
ଦେଖି ତୁମ ଛଳଛଳ ଆଖି
ଉଣା କି ହୋଇଲା
ମୋ ପ୍ରେମ ପ୍ରୀତି
ମୋ ଭଲ ପାଇବା ଆଗେ
ତୁମେ ଗଲ ଜିତି
ନ କହି ବି ତୁମେ
କହୁଥିଲ ଯାହା
ସେ ଅଲେଖା ଲେଖା ଟି
ଅଲିଭା ସେ ହୃଦୟ ର ଲିପି
କେମିତି କେଜାଣି
ଗଲତ ବଦଳି
କହି ଦେଲ ତୁମେ
ମୋତେ ଯାଅ ଭୁଲି
ନ କୁହ ପଛେ ଆଜି ମୁଁ ପଚାରେ
ସତେ କଣ ମନୁ
ଦେଇଛ ଦୁରେଇ

