ପ୍ରିୟାକୁ ପତର
ପ୍ରିୟାକୁ ପତର


ପରଜାପତି ମୋ ପତରଟି ନେଇ
ପ୍ରିୟାର ସହରେ ଯିବୁ,
ଫୁଲେଇ ପ୍ରିୟା ମୋ ଫୁଲଠୁ ସୁନ୍ଦର
ତା କୋମଳ ହାତେ ଦେବୁ। [୧]
ସରମି ଲତିକା, କୁସୁମ କାଲିକା,
ସୁନ୍ଦର ସରଳ ମନ,
ଛନ୍ଦ କପଟ ତା ପାଖ ମାଡ଼ିନାହିଁ
ଆମୂଲ ମୂଲ ମୋ ଧନ । [୨]
ହୃଦ କାଗଜରେ, ମନ କଲମରେ
ଲୁହର ସିହାଇ ଭରି,
ସେନେହର ଭାଷା ସଜେଇ ଲେଖିଛି
ପତର ପ୍ରିୟାକୁ ମୋରି। [୩]
"ଅନ୍ତର ଭିତରେ ସରାଗେ ଥାପିଛି
ତୁମ ଅପରୂପା ଛବି ,
ଅସରନ୍ତି ପ୍ରୀତି ମମତା ଫୁଲରେ
ଶେଯ ସଜେଇଛି ଭାବି। [୪]
ମିଠା ସମ୍ପର୍କର ଅଖଣ୍ଡ ଦୀପାଳି
ବିଶ୍ୱାସ ତଇଳେ ଜାଳି,
ଦିବାନିଶି ତୁମ ଭାବନାରେ ଭାସେ
ପାଶେ ଆସ ଗଳାମାଳି । [୫]
ଏକାନ୍ତ ଚିତ୍ତମୋ, ଛଳନାଠୁ ଦୂର
ନୁହେଁ ମୁଁ q ଅମନଯୋଗୀ,
ତୁମ ପୀରତିରେ ହୋଇଥିବି ବନ୍ଧା
ସାତ ଜନମର ଲାଗି । [୬]
ହୃଦୟେଶ୍ୱରୀ ଗୋ! ତୁମ କଥା ହେଜି
କଷଣକୁ ପିଏ ହସି,
ତୁମ ପ୍ରତିଶୃତି ପାଇଲେ ହୁଅନ୍ତି
ସଂସାରେ ସବୁଠୁ ଖୁସି"। [୭]