STORYMIRROR

Jagabandhu Sahu

Romance

3  

Jagabandhu Sahu

Romance

ପ୍ରିୟା ପାଇଁ ଚିଠିଟିଏ

ପ୍ରିୟା ପାଇଁ ଚିଠିଟିଏ

1 min
37

ସୁକୁମାରୀ ମୋର ଗେହ୍ଲେଇ ପ୍ରିୟାଟା

  ସଜ ବାଜ କେତେ ହୋଇ

ସାଙ୍ଗ ମେଳେ ମିଶି ଶରତ ସନ୍ଧ୍ୟାରେ

  ପୁଚି ଖେଳିଲାଣି ଯାଇ....

କୋଠି କାଟି ଦେଇ ଚଉଁରା ମୂଳରେ

  କରୁଛି ସେ ଜହ୍ନିଓଷା 

ଗଢିବ ବୋଲି ଯେ ନୂଆଁ ସଂସାରଟେ

  ମନେ ବାନ୍ଧିଲାଣି ଆଶା....

ଟିକିଏ ଫୁଲେଇ ଟିକିଏ ଗେହ୍ଲେଇ

  ଏମିତିକା ଝିଅଟିଏ

ପ୍ରଥମ ଦେଖାରେ ମନ କିଣି ଥିଲା

 ଚଉଁରା ମୂଳରେ ହାଏ....

ଭାରି ସାଧାସିଧା ନିରୀହ ଝିଅଟି

  କହିଲା ସେ ଆସି ମୋତେ

ଆଜି ତ ପୁନେଇଁ ସାକ୍ଷୀ ନୀଳ କଇଁ

 ହୃଦେ ଦିଅ ସ୍ଥାନ ମୋତେ....

ଶୁଣି କଥା ତାର ମନ ମୋ ଅସ୍ଥିର

 ପ୍ରେମରେ ତୋଳିଲି ଘର

ଫଗୁଣ ଆସିଲେ ହାତ ତୁମ ଧରି

  କରିବି ରାଣୀ ମୋହର....

ଦେଇ ତାକୁ କଥା ଫେରିଲି ମୋ ବସା

 ସାକ୍ଷୀ ଯେ ପୁନେଇଁ ରାତି

ଶୟନେ ସପନେ ଅବା ଜାଗରଣେ

  ଦେଖୁଛି ତାକୁ ମୁଁ ନିତି....

କୁମାର ପୁନେଇଁ କୁଆଁରୀଙ୍କ ଓଷା

 ଜହ୍ନ ଯେ ରହିଛି ସାକ୍ଷୀ

ସେଥି ପାଇଁ ଆଜି ମୋ ପ୍ରିୟା ପାଖକୁ

 ଲେଖିଲି ଚିଠିଟେ ବସି....

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance