STORYMIRROR

Bishwaranjan Tripathy

Romance Others

3  

Bishwaranjan Tripathy

Romance Others

ତୁମେ କି ଭାବୁଛ?

ତୁମେ କି ଭାବୁଛ?

1 min
59

ତୁମେ କି ଭାବୁଛ ତୁମକୁ ମୁ ଭୁଲିଯାଇଛି,

ତୁମ କଥା ଭାବି ଭାବି ମୋର ଦିନ କଟୁଛି,

ତୁମରି ସାଥିରେ ପ୍ରଥମ ଦେଖାରେ,

ତୁମକୁ ଏ ମନ ମୋର ଦେଇସାରିଛି,

ତୁମେ କି ଭାବୁଛ ତୁମକୁ ମୁ ଭୁଲିଯାଇଛି।।


ମୋ ଆଖିରେ ତୁମ ଆଖି ଯେବେ ମିଶିଛି,

ତୁମରି ଆଡ଼କୁ ମୁଯେ ଖାଲି ଟାଣି ହଉଛି,

ତୁମ ପାଇଁ ମୋର ଏ ହୃଦୟ ପାଗଳ ବନିଛି,

ତୁମେ କି ଭାବୁଛ ତୁମକୁ ମୁ ଭୁଲିଯାଇଛି।।


ତୁମେ ଭାବୁଥିବ ତୁମଠୁ ଦୁରେଇ ମୁ ଭଲରେ ଅଛି,

ଏ ମନ ତୁମ ବିନା ଭଲରେ ଅଛି କି ମନ୍ଦରେ ଅଛି

ସେହି କଥା କେବଳ ଖାଲି ଏ ମୋର ମନ ଜାଣିଛି,

ତୁମେ କି ଭାବୁଛ ତୁମକୁ ମୁ ଭୁଲିଯାଇଛି।।


ତୁମକୁ ଦେଖିଥିଲି ଯେବେ ପ୍ରଥମ ଥର,

ଲାଗିଥିଲା ତୁମେ ମୋ ସାଥି ଜନ୍ମ ଜନ୍ମର,

ତୁମକୁ ପାଇବା ପାଇଁ କେତେ କଷ୍ଟ ସହିଛି,

ସେ କଷ୍ଟ ଯେତେ ସବୁ ଆଜି ମାନେପଡୁଛି,

ତୁମେ କି ଭାବୁଛ ତୁମକୁ ମୁ ଭୁଲିଯାଇଛି।।


ବରଷେ ହେଲାଣି ତୁମଠୁ ମୁ ଦୂରରେ ଅଛି,

ସୟନେ ସପନେ ତୁମକଥା ଖାଲି ମନେପଡୁଛି,

ଦେଖିବାକୁ ତୁମକୁ ଟିକେ ଏଇ ମନ ଚାହୁଁଛି,

ତୁମକଥା ଭାବିଭାବି ଏହି ଚିଠି ଲେଖିଛି

ତୁମେ କି ଭାବୁଛ ତୁମକୁ ମୁ ଭୁଲିଯାଇଛି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance