STORYMIRROR

Niranjan Sahu

Romance

3  

Niranjan Sahu

Romance

ସୌନ୍ଦର୍ଯ୍ୟ ର ବର୍ଣ୍ଣନା

ସୌନ୍ଦର୍ଯ୍ୟ ର ବର୍ଣ୍ଣନା

1 min
76

କେଉଁ ବିନ୍ଧାଣି ଗଢ଼ିଲା ତୋତେ ଲୋ     

ବହୁତ ସୁନ୍ଦର ଦିସୁଛୁ

ମଲ୍ଲୀ ଫୁଲ ମାଳ ଗଭାରେ ସଜେଇ

ମୁରୁକି ମୁରୁକି ହସୁଛୁ


ହସଟି ତୋହର ଅତି ମନଲୋଭା

ଖିଲି ଖିଲି ହୋଇ ହସୁଛୁ

ମୁହଁଟି ତୋହର ପୂର୍ଣ୍ଣିମା ର ଚାନ୍ଦ

କାହା ବାଟ ଚାହିଁ ବସିଛୁ...


ଆଖିଦୁଇ ତୋର ମୃଗ ନୟନୀ ଲୋ

ମଥାରେ ଟିକିଲି ନାଇଛୁ

ଦନ୍ତ ପଙ୍କ୍ତି ତୋର ମୁକୁତାର ମାଳ

କାନରେ ଝୁମୁକା ପିନ୍ଧିଛୁ


ଚାହାଣିରେ ତୋର କି ଯାଦୁ ରଖିଛୁ

ଛାତିକୁ ବିଦାରି ଦେଉଛୁ

ଗିନୀ ସୁନା ରଙ୍ଗ ଦେହରେ ମାଖିଲୋ

ସଭିଙ୍କୁ ପାଗଳ କରୁଛୁ


ମୁଣ୍ଡ ବାଳ ତୋର ଗଙ୍ଗ ସିଉଁଳି ଲୋ

ଝଲ ମଲ ହୋଇ ଦିଶୁଛି

ଗଳା ରେ ତୋହର ମୁକୁତାର ମାଳ

ଗଳା କୁ ସୁନ୍ଦର ମାନୁଛି.....


ନୀଳ ରଙ୍ଗର ଶାଢୀ ପିନ୍ଧିଅଛୁ

ବାଦଲ ଭଳିଆ ଦିଶୁଛି

ନୀଳ ଶାଢ଼ୀ ସଙ୍ଗେ ନୀଳ ବ୍ଲାଉଜ ଟା

ସୁନ୍ଦର ମେଚିଙ୍ଗ ହୋଇଛି.....


ଉର୍ବଶୀ ମେନକା ହାର ମାନି ଯିବେ

ତୋ ରୂପଲାବଣ୍ୟ ପାଖରେ

ମୁନି ଋଷି ଅବା ଦେବତା ଦାନବ

ତରଳି ବେ ତୋର ସ୍ପର୍ଶରେ ।


Rate this content
Log in

Similar oriya poem from Romance