Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Kumar Samal

Romance Others

4.0  

Sisir Kumar Samal

Romance Others

ନିଝୁମ୍ ରାତିର ସାଥି

ନିଝୁମ୍ ରାତିର ସାଥି

1 min
90


 ରାତିର ଜହ୍ନ ଆଲୁରେ

         ଆସିଥିଲ ତୁମେ ସାଥୀ ,

ଗଲାବେଳେ ମୋର କାନେ କହିଗଲ

         ଅଧା ରହିଗଲା ପ୍ରୀତି ।।

ନିଶି ଅନ୍ଧାରରେ ଶୁଭ୍ର ଜୋଛନାରେ

         ହଳଦୀ ରଙ୍ଗର ଦେହ ,

ତହିଁରେ ସୋଭିତ ତୁମ ଚନ୍ଦ୍ର ମୁଖ

       ଥରାଇ ଦେଲା ମୋ ଦେହ ।।

ଗଭାରେ ତୁମର ଗଜରା ର ହାର

         ମନ ନେଉଥିଲା ଟାଣି ,

ସୁନ୍ଦର ଶରୀରେ ତରୁଣ ରୂପସୀ

         କିମିଁଆ ତୁମ ଚା଼ହାଣି ।।

 ଚ଼ୁପିଚ଼ୁପି ଆସି ପାଖରେ ମୋ ବସି

         କହିଗଲ କେତେ କଥା ,

ନିଝୁମ୍ ରାତିରେ ନରମ ଛୁଆଁ ରେ

        ଲାଜରେ ପୋତିଲ ମଥା ।।

ଜହ୍ନ ଆଲୁଅରେ ଭିଜୁଥିଲେ ଦୁହେଁ

         ଆଖିରେ ମିଶାଇ ଆଖି ,

ଓଠ‌ର ଛୁଆଁରେ ନରମ ନିଆଁରେ

        ମିଶିଗଲେ ଦୁହେଁ ସାଥୀ ।।

ବଢୁଥାଏ ରାତି ବଢୁଥାଏ ତାତି

         ଚାଲୁଥିଲା ଚୋରା ପ୍ରୀତି ,

ଅଧା ସପନରେ ନିଦ ଭାଙ୍ଗିଗଲା

         ଅଧା ରହିଗଲା ପ୍ରୀତି ।।


Rate this content
Log in

Similar oriya poem from Romance