STORYMIRROR

kamal kumar dash

Romance

3  

kamal kumar dash

Romance

ଏ ହୋଲିରେ ତୁମ କଥା ଭାରି ମନେପଡେ

ଏ ହୋଲିରେ ତୁମ କଥା ଭାରି ମନେପଡେ

1 min
229


ମହୁଲର ମିଠା ମିଠା ବାସ୍ନା ଚାରିଆଡେ 

ଆଜି ଫୁଣି ମଣ୍ଡେଇ  ଆସିଛି 

ହୋଲି ଆଉ ଦି ଦିନର ପରେ 

ଏ ହୋଲିରେ ତୁମ କଥା ଭାରି ମନେପଡେ (୧)

ଚାରିଆଡେ ରଙ୍ଗର ରଙ୍ଗୀନ ଫଗୁଣ

ବସନ୍ତ ଆସିଛି ଆଜି  ଫୁଲରେ ଫୁଲରେ 

ମୁଁ ହୋଲିରେ ପିଚକାରୀ ରଙ୍ଗ ସଜାଡ଼େ 

ଏ ହୋଲିରେ ତୁମ କଥା ଭାରି ମନେପଡେ (୨)

କୋଇଲିର କୁହୁ ତାତନ୍ମୟ ବଗିଚାରେ 

ରଙ୍ଗ ଖେଳି ଭୋଗ ଖାଇ ଠାକୁର ବୁଲନ୍ତି 

ମୋ ଗାଁର ଏକଡ଼େ ସେକଡେ 

ଏ ହୋଲିରେ ତୁମ କଥା ଭାରି ମନେପଡେ (୩)

ଏକା ଏକା ଲାଗେ ଏଠି ତୁମ ଠାରୁ ଦୂରେ 

ତୁମ ଛବି ନାଚେ ମୋର ମନ ଆଇନାରେ 

ରଙ୍ଗ ବୋଳା ମୁହଁ ସବୁ ନାଚେ ମୋ ଆଖିରେ 

ଭାବୁଛି ଆସିବ ଥରେ ଗାଁକୁ ହୋଲିରେ 

ଏ ହୋଲିରେ ତୁମ କଥା ଭାରି ମନେପଡେ (୪)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance