STORYMIRROR

Samita Swain

Romance

3  

Samita Swain

Romance

ସେଇ ଜହ୍ନ

ସେଇ ଜହ୍ନ

1 min
262


ଅଭୁଲା ସ୍ମୁତି ର ପଣତ ଦହାଡେ

   ତୁମ ମନ ମିଠା ଜହ୍ନ 

ସ୍ନିଗ୍ଧ ଶୀତଳ ଝରଣା ବୁକୁରେ

   ଭିଜୁଥାଏ ରାତିଦିନ।।


ଦୂର ଦିଗ୍ ବଳୟ ହାତ ଠାରି ଡାକେ

   ମୋ ପାଖକୁ ଆସ ଚାଲି

କାହିଁକି କେଜାଣି ସେଇ ମୁହୁର୍ତ୍ତକୁ 

   ପାରୁନି ଆଜି ମୁଁ ଭୁଲି।।


ସାଥୀ ପରା ଆମେ ତୁମେ ଆଉ ମୁଁ 

   ଚାଲୁଥିଲେ ପାଖାପାଖି 

ଅନ୍ତର କଥାକୁ ଦୁହେଁ ବାଣ୍ଟୁଥିଲେ

  ଅତୀତ ଏବେ ବି' ସାକ୍ଷୀ।।


କେତେ ବଇଶାଖ ବସନ୍ତ ବରଷା  

   ଆସିଛି ଯାଇଛି ଫେରି 

ପ୍ରଣୟ ରଙ୍ଗରେ ବିଭୋରିତ ଥିଲେ 

   ଇନ୍ଦ୍ରଧନୁ ରଙ୍ଗଭରି।।


ତୁମେ ଆଜି ଅଛ ମୁଁ ବି' ତ ଅଛି

  ନାହିଁ ସେ ମନ ସେଦିନ 

ଅଭୁଲା ସ୍ମୁତି ର ପଣତ ଉହାଡେ 

   ଅଛି ଖାଲି ସେଇ ଜହ୍ନ।।

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance