ପୂର୍ଣ୍ଣକାମ
ପୂର୍ଣ୍ଣକାମ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଫଗୁଣର ଫୁଲବନ ନିକୁଞ୍ଜ କୁଞ୍ଜ କାନନ
ମନ ପ୍ରଜାପତି ଚିତ୍ର ବିଚିତ୍ର,
ନରମ କୋମଳ ଡେଣା ଘୂରିବୁଲେ ଅବିରତ
ଫୁଲ ଗନ୍ଧ ମଧୁ ଆଶେ ପାଗଳ ।
ରୂପର ପ୍ରଦୀପ ଜାଳି ଫୁଲ ନବ ଛଇଳି
ଗାଏ ପୁଣି ମିଠା ମିଠା ଗୀତ
ମତୁଆଲା ହୁଏ ପ୍ରାଣ ଭ୍ରମଇ ମନ ଭ୍ରମର
ସୁଗନ୍ଧେ ସେ ହୁଅଇ ମୋହିତ ।
ମଳୟ ମୃଦୁ ସମୀର ପରଶ କରେ କିମିଆ
ଶିହରିତ ହୁଏ ତନୁମନ
ମହକେ ଫଗୁଣେ ପ୍ରାଣ ସୁବାସେ ମାଟି ଚନ୍ଦନ
ଫଗୁଣ ମିଳନ ପୂର୍ଣ୍ଣକାମ ।
----------