STORYMIRROR

Bharatabandhu Biswal

Romance

3  

Bharatabandhu Biswal

Romance

ପୂର୍ଣ୍ଣକାମ

ପୂର୍ଣ୍ଣକାମ

1 min
185


ଫଗୁଣର ଫୁଲବନ ନିକୁଞ୍ଜ କୁଞ୍ଜ କାନନ 

ମନ ପ୍ରଜାପତି ଚିତ୍ର ବିଚିତ୍ର,

ନରମ କୋମଳ ଡେଣା ଘୂରିବୁଲେ ଅବିରତ 

ଫୁଲ ଗନ୍ଧ ମଧୁ ଆଶେ ପାଗଳ ।


ରୂପର ପ୍ରଦୀପ ଜାଳି ଫୁଲ ନବ ଛଇଳି

ଗାଏ ପୁଣି ମିଠା ମିଠା ଗୀତ

ମତୁଆଲା ହୁଏ ପ୍ରାଣ ଭ୍ରମଇ ମନ ଭ୍ରମର

ସୁଗନ୍ଧେ ସେ ହୁଅଇ ମୋହିତ ।


ମଳୟ ମୃଦୁ ସମୀର ପରଶ କରେ କିମିଆ

ଶିହରିତ ହୁଏ ତନୁମନ

ମହକେ ଫଗୁଣେ ପ୍ରାଣ ସୁବାସେ ମାଟି ଚନ୍ଦନ

ଫଗୁଣ ମିଳନ ପୂର୍ଣ୍ଣକାମ ।


   ----------


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance