ହୋଲି (ରଙ୍ଗ ପ୍ରେମ ର)
ହୋଲି (ରଙ୍ଗ ପ୍ରେମ ର)
ଅନେକ ପ୍ରତୀକ୍ଷା ଆଉ ପ୍ରତି ଶୃତି ଏଇ ଫଗୁଣ କୁ ନେଇ।
ସରୁ ନ ଥିବା ଅପେକ୍ଷା ଓ ତୁମକୁ ଆହୁରି ଟିକେ ପାଖରେ ପାଇବା ର ଲାଳସା।
ଅମାନିଆ ପବନ ରେ ବାସ୍ନା !
କାହାର କେଜାଣି ରଙ୍ଗ ର ନା ତୁମ ମତୁଆଲା ପ୍ରେମ ର।
ବେଶ୍ ଜୋର୍ କରି ବାନ୍ଧି ରଖେ ମତେ ,କେବେ ଖିୟାଲ ରେ ଆଉ କେବେ ଆବେଗ ରେ।
ମୁଁ ଭିଜେ ସବୁ ମୁହୂର୍ତ୍ ରେ ତୁ ପ୍ରେମ ର ରଙ୍ଗ ରେ,କେତେ ବିନିଦ୍ର ରଜନୀ ଓକେତେ ପାଇବା ର ଆବେଗ ରେ।।
ଯେବେ ତୁମ ହାତର ରଙ୍ଗ ମୋ ଦେହ କୁ ସ୍ପର୍ଶ କରେ,
ମୁଁ ଅନୁଭବ କରେ ତୁମ ମନ ତଳେ କେତେ ସ୍ଵୋପ୍ନ ଓ କେତେ ପ୍ରେମ ପ୍ରତିଶୃତି ମୋ ପାଇ।।ଖାଲି ମତେ ନେଇ।।
କଣ୍ ଲାଭ କୁହ ଏଇ ଇନ୍ଦ୍ରଧନୁ ରଙ୍ଗ ରେ,
ଲିଭିଯିବ ଦିନ,କେବେ ବର୍ଷା ରେ ତ କେବେ ଲୁହ ରେ।
ମୁଁ ଚାହେଁ ଏତିକି କେବଳ ତୁମ ପ୍ରେମ ରଙ୍ଗ ରେ ଭିଯିବାକୁ,
ସବୁଦିନ ଯେତେଦିନ ଅଛି ନିଶ୍ବାସ ମୋ ହୃଦୟ ରେ।।।।।