STORYMIRROR

Snigdha Jena

Fantasy

3  

Snigdha Jena

Fantasy

ଶ୍ରାବଣ

ଶ୍ରାବଣ

1 min
105

ବାହାରେ ବର୍ଷା ଶ୍ରାବଣ ର

ଅସୁମାରୀ ଜଳ ବିନ୍ଦୁ ଝରୁଛି ବାହାରେ ଓ ଭଙ୍ଗା କୁଡିଆ ଘରେ,

ଛୋଟିଆ ଚାଳ ଛପର ଘରେ ଚାରିଆଡେ ପାଣି

ଆଖିର ଲୁହ,ମେଘ ର ଛିଟା ସବୁ ସମାନ!

ଖାଲି ଫରକ୍ ଏତିକି ସେ ମିଠା ଓ ଏ ଲୁଣିଆ।

ଶ୍ରାବଣ ଅବିରତ ବାରି ରେ ନାଚି ଉଠେ ମୟୁରି

ଭଙ୍ଗା କୁଡିଆ ରେ ବଞ୍ଚିବାକୁ ହୁଏ ଗରିବ କୁ।

ଚୁଲି ଉପରେ ଚେପଟା ହାଣ୍ଡି ,ସେ ଜଣେ

କଣ ଫୁଟେ ତା ଦେହରେ କେବେ ଖୁଦ ମୁଠେ ଆଉ କେବେ ପେଜ ଟିକେ

ତଥାପି କଖାରୁ ଲତା ଲଟେଇ ଯାଏ ଘର ଚାଳ ଦେଇ

ସେ କଣ ବୁଝେ ଭାଇ ଭାଗ ବଣ୍ଟା କଥା,

ତୋ ସୀମା ଆଉ ମୋ ବାଡ଼ କଥା।

ଗରମ୍ ଚା ସହ ପକୁଡ଼ି ର ବରାଦ ହୁଏ ମେଘୁଆ ପାଗ୍ ରେ

ଧନୀ ଲୋକ ଘରେ, ଗରମ ରେଜେଇ ରେ

କିଏ ବୁଝେ ସଭିଙ୍କୁ ରାନ୍ଧି ଦେଇଥିବା ଚାକର ମନ କୁ।

ଘରେ ପିଲା ଥିବେ ଭୋକ ରେ

ଅଣ୍ଡାଳି ହେଉଥିବ ସ୍ତ୍ରୀ ଘର କୋଣକୁ ଖୁଦ ପୋଷେ ପାଇଁ!

ବର୍ଷା କି ବୁଝେ ପେଟ ର ଭୋକ କୁ।

ନଦୀ ଭାଙ୍ଗେ ଭାସି ଯାଏ ଘର ,ଗାଁ, ଫସଲ

ଆଉ କେବେ କେମିତି ଲୋକ ବି

ଆଉ ଯିଏ ବଂଚି ଯାଏ ଉଜୁଡିଥିବା କ୍ଷେତ କୁ ଦେଖି

କି ଖୁସି ପାଏ ସେ।

ତଥାପି ବର୍ଷା ଆସେ ନିଜ କୁ ସଜେଇ

କୋଉ ରୂପସୀ ର ଗଭା ର ଘନ କେଶ ପରି

ପ୍ରେମିକା ଆଖିରେ ଦିଏ ଅଶ୍ରୁ , ମନେ ପକେଇ ଦିଏ ପୁରୁଣା ଦିନ ସବୁ

ଦୂର୍ ବିଦେଶୀ ଦିନ ଗଣୁଥାଏ ଘର କୁ ଯିବା ର

ନବ ବିବାହିତା ଚାହିଥିବ ବାଟକୁ ତାର ମେଘ ବରଷା ରେ।

ଶ୍ରାବଣ ଆସେ କଦମ୍ବ ବନ ରେ

ବଇଁଶୀ ସ୍ଵୋର ରେ ମନକୁ ଚୋରେଇ ନିଏ

ନିଜ ଶୀତଳ ସ୍ପର୍ଶ ରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy