STORYMIRROR

Snigdha Jena

Inspirational

4  

Snigdha Jena

Inspirational

ନାରୀ

ନାରୀ

1 min
58

ଯେତେବେଳେ ଜନ୍ମ ହୁଏ ,କିଏ କୁହେ ଝିଅଟେ ହେଲା

ଓଠରେ ସ୍ମିତ ହାସ୍ୟ ଥାଏ

କିନ୍ତୁ ମନରେ ଅନ୍ତର୍ଦ୍ଵିନ୍ଦ।

କାହିଁକି ନା ନାରୀ ସେ ଅଧିକାର କଣ ବା ଥାଏ ତାର।

ସବୁଠି ପ୍ରଚାର ନାରୀ ସ୍ଵାଧୀନତା ,ନାରୀ ପାଇଁ କେତେ ଆନ୍ଦୋଳନ।ସତରେ କଣ ସେ ସ୍ଵାଧୀନ ?

ଘର ର ସମ୍ମାନ ସେ ମାଆ ବାପା ଙ୍କ ଅଭିମାନ

ସେଥିପାଇଁ ବଳୀ ପଡେ କେବେ କର୍ତ୍ତବ୍ୟ ଆଉ କେବେ ପରମ୍ପରା ନା ରେ,

ଭଲ କରି ଘୋଡେଇ ରଖିବାକୁ ହୁଏ ନିଜ କୁ 

କେବେ ସମାଜ ଆଖିରୁ ଆଉ କେବେ ନିଜ ନଜର ରୁ

କାହିଁକି ନା ସେ ନାରୀ।

ଦର କଷା ହୁଏ କନ୍ୟା କାଳେ ପର ଧନ

ଘରେ ରହିଲେ ନିନ୍ଦା ହେବ ସମାଜ ରେ ସମସ୍ତଙ୍କ ର।

କେତେ ଗୁଣ ର କେତେ ଭଲ କିଏ ପଚାରେ 

ସୁଧ ମୂଳ ର ହିସାବ ହୁଏ ତା ପାଇଁ,

କ୍ରି ତ ଦାସୀ ସେ ସବୁଠି ଲୋଡା ଆଉ ସବୁଠି ଅନା ଦର ତାର।

କେବେ ଋଣ କରେ ତା ପାଇଁ ବୃଦ୍ଧ ପିତା ,

ବିନା ଯୌତୁକ ରେ କିଏ ପଚାରେ ଗୁଣ କୁ ତାର।

ଅଞ୍ଜୁଳୀ ଚାଉଳ ରେ ନେଇଯାଏ ସମ୍ମାନ ଘର ର

ଝିଅ,ସ୍ତ୍ରୀ,ବୋହୂ,ମାଆ ସବୁ ମୂଲ୍ୟାୟନ ତାର

କେବେ ପଚାରେ କିଏ ବୁଝେ ଭାବନା କୁ ତାର

କାହିଁକି ପଚରା ଯାଏ କେତେ ସ୍ଵାଧୀନ ସେ!

ତା ପାଦ ରେ ପଡ଼ିଥାଏ ଅ ଦେଖା ଜଂଜିର୍।

କେବେ ପରିବାର କେବେ ସମାଜ ସବୁର ନାଲି ଆଖି

କେତେ ଫାଙ୍କି ପାରେ ସେ କେତେ ଡେଇ ପାରେ ସେ ସବୁକୁ ପ୍ରତିଥର।

ନାରୀ ସ୍ଵାଧୀନ ନାରା ବାଜି ଆଉ ଗର୍ଜନ

କେତେ ଚାଲି ପାରେ ଏକା ଅନ୍ଧାର ରେ ରାସ୍ତା ରେ ସେ

କାଳେ ନାରୀ ସ୍ଵାଧୀନ?

ଯୋଉଠି ନାରୀ ନାରୀ ପାଇଁ ଶତ୍ରୁ

ସେଠି କେତେ ସେ ସ୍ଵାଧୀନ ପାଦରେ ତଥାପି ବେଡି।

ଅଦେଖା ଆଉ ଅଭଙ୍ଗା;

ତଥାପି ସ୍ଲୋଗାନ ନାରୀ ସ୍ଵାଧୀନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational