Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ସପନ ଦୀପରେ ଆଶା ସଳିତା

ସପନ ଦୀପରେ ଆଶା ସଳିତା

1 min
198


ସପନ ଦୀପରେ ଆଶାର ସଳିତା

ଜାଳିବାକୁ ଯଦି କରଇ ମନ

ଉଦ୍ୟମ ପ୍ରଚେଷ୍ଟା ନିଷ୍ଠାର ଘୃତରେ 

ଦୀପଟିକୁ ତେଜି ରଖିବା ଧ୍ୟାନ

ଦେଇଥାଏ ଏଠି ଯିଏ ବି କିଏ

ଲକ୍ଷ୍ୟପଥଟି ଆଲୋକମାଳାରେ

ଉଜ୍ଜ୍ୱଳମୟ ସର୍ବଦା ହୁଏ ।


ସଫଳତା ଥାଏ ହାତ ପାହାନ୍ତାରେ

ପଛକୁ ନଫେରି ବଢ଼ିଲେ ଆଗେ

ମନ-ହୃଦୟରେ ଆନନ୍ଦ ଜୁଆର

କେତେ ଯେ କେଜାଣି ଲହଡ଼ି ଭାଙ୍ଗେ

ଆଶା ରହେ ନାହିଁ ଅପୂରଣୀୟ

ଜଳି ରହିବାକୁ ହୁଅଇ ସମର୍ଥ

ପୂର୍ଣ୍ଣ ଥିବା ଯୋଗୁଁ ସର୍ବଦା ଘୃତ ।



Rate this content
Log in

Similar oriya poem from Inspirational