ଜୀବନର ଅନ୍ୟ ନାଁ, କବିତା..
ଜୀବନର ଅନ୍ୟ ନାଁ, କବିତା..
ରେ ଜୀବନ..
ଡହଡହ ଖରା,
ତୁ ଛାଇ ଟିକେ ଆଣି ଦେ,
ତୁ ଚାହିଁବୁ ତ..
ଏ ତାତିରୁ ବି,
ତୁ ଶୀତଳତା ଛାଇ ଦେ..!
ଏ ଦେହରେ ତ,
ଅନେକ ଗରମ ଉତ୍ତାପ,
ଅସୀମ,ଅସହ୍ୟ,
ଟିକେ ମଧୁରତା ଭରି ଦେ,
ଏ ରାସ୍ତା ବି ତ,
ଅନେକ ଉଚ୍ଚ ନୀଚ୍ଚ ଢିପ,
ତୁ ମସୃଣତା ମାଖି ଦେ..!
ଏ ଯୌବନ..
ତୁ ଚିର ଚଞ୍ଚଳ,
ଟିକେ ସରସତା ବାଣ୍ଟି ଦେ,
ତୁ ଆକ୍ତା ମାକ୍ତା,
ଚିର ସବୁଜିମା ସୃଜି ଦେ..!
ଏ ଜୀବିକା ବି,
ଦନ୍ତୁରିତ ପଥ,
ସଳଖ,ପ୍ରସ୍ଫୁଟିତ କରି ଦେ,
କଣ୍ଟା ଥିଲେ ବି,
ତୁ ସୁରଭିରେ ଭରି ଦେ..!
ହଁ ରେ ଜୀବନ,
ତୁ ଶବ୍ଦର ସାଗର,
ଢେଉ,ତରଙ୍ଗ ସାଜି ଦେଖ୍,
ଶବ୍ଦ ସୃଜନୀରେ..
ଏ କବିତା ଯେ ଉତ୍ତରିତ,
ଜୀବନ ଲହରୀ,
ଜୀବନର ଅନ୍ୟ ନାଁ..
ଜୀବନ୍ତ କବିତା ଗାଇ ଦେ..!