STORYMIRROR

Bharatabandhu Biswal

Romance Inspirational

3  

Bharatabandhu Biswal

Romance Inspirational

ସ୍ୱାଗତମ୍

ସ୍ୱାଗତମ୍

1 min
165


ସ୍ୱ।ଗତମ୍ ଋତୁରାଜ

 ବସନ୍ତ ସ୍ୱ।ଗତ,

ପୁଲକିତ ତନୁମନ

ପୁରପଲ୍ଲୀ

କୋଣ ଅନୁକୋଣ

ପବିତ୍ର ମହାମିଳନ, ସୁସଜ୍ଜିତ

ଦୋଳବେଦୀ କ୍ଷେତ୍ର ।

ନବ କିଶଳୟ ଛୁଇଁ ମୃଦୁମନ୍ଦେ

ବହିଲାଣି ମଳୟ ସମୀର,

ଆମ୍ରକୁଞ୍ଜେ କୁହୁକୁହୁ ଡାକିଲାଣି

ମଧୁରେ କୋକିଳ,

ପ୍ରାଣେ ପ୍ରାଣେ ସୁଗନ୍ଧ ମହକ

ଜାତି ଜାତି କୁସୁମରେ ସୁଶୋଭିତ ପଥ,

ସ୍ୱ।ଗତମ୍ ବସନ୍ତ ସ୍ୱ।ଗତ ।

ପୂର୍ଣ୍ଣ ଭାର ଜଳକୁମ୍ଭ ଆମ୍ବବର

ବଉଳ କଷିରେ,

ବିଜେ ଶ୍ରୀ ଦୋଳ ଗୋବିନ୍ଦ

ସୁଶୋଭିତ ଗୋପମଣ୍ଡପରେ

ମଧୁଛନ୍ଦେ ଦାଣ୍ଡିଆ ନୃତ୍ୟ ସଙ୍ଗୀତେ ଶୁଭେ ତୁମ

ଆଗମନୀ ଗୀତ,

ସ୍ୱ।ଗତମ୍ ବସନ୍ତ ସ୍ୱ।ଗତ ।

ଚାରମାଳ ଟାଟବାଟ ହେଲାଣି ପ୍ରସ୍ତୁତ 

ଧଣ୍ଡିଛତ୍ର ପଟୁଆର

ଫଗୁରଙ୍ଗେ ମନଟି ଉଚ୍ଚାଟ

ବରଷକେ ବରଷାନି ହୋଲି

ପବିତ୍ର ନାମ କୀର୍ତ୍ତନେ ମହାନନ୍ଦେ ପୁରପଲ୍ଲୀ 

ପଡୁଛି ଉଛୁଳି,

ଜାତି ଜାତି ରଙ୍ଗ ଅବିରରେ,

ଶିହରୀ ଉଠଇ ମନ ଫଗୁଣ

ସ୍ପର୍ଶରେ, ମଧୁଝରା ଫଗୁବୋଳା

ରାଧାକୃଷ୍ଣ ସଂସ୍କୃତି ମହକ ,

ଜୀବନରେ ଢାଳୁଥାଉ ସତତ ଅମୃତ ,

ସ୍ୱ।ଗତମ୍ ବସନ୍ତ ସ୍ୱ।ଗତ ।

ଜୟ ଥାନ ଅଧିପତି

ଜୟ ଶ୍ରୀ ରାଧା ଗୋପୀନାଥ,

ମାତାପିତା ସଖା ମମ ମଠ ତୁମ 

ଗୋଲକ ବୈକୁଣ୍ଠ ,

ସ୍ମରି ଇଷ୍ଟ ଶୁଭ ନାମ ବିଭୁ ପ୍ରେମ

ପ୍ରାଣେ ପ୍ରାଣେ ହେଉ ସଞ୍ଚାରିତ ,

ସ୍ୱ।ଗତମ୍ ବସନ୍ତ ସ୍ୱ।ଗତ ।

ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧାକୃଷ୍ଣ ,

 ମୋ ଜୀବନ ଆକାଶରେ ଧ୍ରୁବତାରା 

ସୁମଧୁର ତୁମ ବଂଶୀ ସ୍ୱନ

ସ୍ୱ।ଗତମ୍ ମଧୁମୟ ମଳୟ ସମୀର , 

ମୋ ହୃଦୟେ ସୁରଭିତ

ପୁଷ୍ପ ପାରିଜାତ ,

ସୈ।ମ୍ୟ ଚିର ସୁନ୍ଦର 

ଶାନ୍ତ କାନ୍ତ ବିଭୂତି ମଣ୍ଡିତ

ସ୍ୱ।ଗତମ୍ ବସନ୍ତ ସ୍ୱ।ଗତ ।

    ----------------


Rate this content
Log in

Similar oriya poem from Romance