Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Jena

Romance Inspirational Others

4.0  

Debadatta Jena

Romance Inspirational Others

ରଙ୍ଗୋଲି

ରଙ୍ଗୋଲି

1 min
258



ରଙ୍ଗୋଲି,

ସାଜିଲେ ରଙ୍ଗର ହୋଲି..

ତୋ ଦେହର ରଙ୍ଗ 

ତୋ ବହଳ ମନ 

ମିଶିଲେ ରଙ୍ଗରେ ଲାଲି,

ରଙ୍ଗର ପାର୍ବଣ,

ଅପୂର୍ବ ମେଲଣ 

ଲାଗେ,

ରଙ୍ଗ ଫଗୁଣରେ ହୋଲି..

ମନେ..

ହସୁ ଏ ବସଂତ,

ଇନ୍ଦ୍ରଧନୁର ରଙ୍ଗ ବୋଳି..!

ନବରଙ୍ଗୀ,

ଫଗୁଣର ରଙ୍ଗ ରେଣୁ,

ଭିଜିବାକୁ ଦେ,

ଉଡିବାକୁ ଦେ,

ଏ ବେରଙ୍ଗୀ ଜୀବନେ,

ସାଜୁ,

ସାତ ରଙ୍ଗୀ ଇନ୍ଦ୍ରଧନୁ,

ରଙ୍ଗର ମେଲଣ 

ବସନ୍ତ ଫଗୁଣେ 

ଝରୁ..

ଏ ରଙ୍ଗ ପଞ୍ଚମୀ,

ରଙ୍ଗର ଫୁଆର ଯେଣୁ..!

ଇନ୍ଦ୍ରଧନୁ..

ସାଜିଲେ ରଙ୍ଗର ଫଗୁ,

ଜୀବନ ରଙ୍ଗରେ 

ଫଗୁଣ ଫଗୁରେ,

ହସୁ ଏ ଜୀବନ ବିନ୍ଦୁ,

ହୋଲିର ମିଳନେ 

ରଙ୍ଗର ପାର୍ବଣେ,

ସାଜୁ..

ଆକାଶେ ଚନ୍ଦ୍ରମା ବିଧୁ..!

ରଙ୍ଗେ..

ରଙ୍ଗ ବରଷେ,

ଭରି ଯାଉ ରଙ୍ଗ ରେଣୁ..!

ହଁ, ଇନ୍ଦ୍ରଧନୁ..

ତୋ ମନର ନୀଳ ସିନ୍ଧୁ,

ରଙ୍ଗର ସ୍ଫୁରଣେ 

ପ୍ରାଣର ସ୍ପନ୍ଦନେ,

ଲିଭି ସେ ନ ଯାଉ 

ଏ ହୃଦୟେ ଛବିଳ ଇନ୍ଦୁ,

ତୋ ଦେହର ରଙ୍ଗ

ତୋ ସ୍ୱପ୍ନର ରଙ୍ଗେ,

ରଙ୍ଗୀନ ମୁରୁଜ ବୁଣୁ,

ରଙ୍ଗ ଅବିରର 

ନିଆରା ରଙ୍ଗରେ..

ହସର ରଙ୍ଗୋଲି ସାଜୁ..!



Rate this content
Log in

Similar oriya poem from Romance