Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Romance Inspirational

4.0  

Amit Bal

Romance Inspirational

କୃଷ୍ଣଚୂଡାର ପ୍ରୀତି

କୃଷ୍ଣଚୂଡାର ପ୍ରୀତି

1 min
205


କିଏ କହେ ଏଠି ପ୍ରେମ ପରା ଅଟେ

    କୃଷ୍ଣଚୂଡ଼ାର ପ୍ରୀତି

ଗୋଧୂଳି ବେଳାରେ ସଂଜ ନଇଁ ଗଲେ

    ଅପେକ୍ଷାର ସେ ରାତି ,


ଦେଖିଥିବା ସ୍ୱପ୍ନ ବାସ୍ତବ ହୋଇବ

   ଶୀହରିତ ହେବ ଛାତି

ପ୍ରତିଶୃତି ସବୁ ପୁରା ହେବ ପୁଣି

    ଶୁଭିବ ପ୍ରେମର ଗୀତି ,


ଯୈ।ବନ ସତରେ କୋଟି ସମ୍ଭାବନା

   ଅମୃତ ପରଷା ଛୁଆଁ

ଉତ୍ସାହିତ ମନ ଦେଖିବାକୁ ଚାହେଁ

   ସବୁ କିଛି ନୂଆ ନୂଆ ,


ପ୍ରେମ ଆକାଶରେ ପ୍ରୀତି ଈନ୍ଦ୍ରଧନୁ

    ପ୍ରସ୍ଫୁଟିତ ହୁଏ ନୀତି

ବିଦଗ୍ଧ ହୃଦୟ ପ୍ରଶମିତ ହୁଏ

  ମିଳି ଯାଏ ହୀରା ମୋତି ,


ଆଖି ଖୋଲି ଗଲେ ସ୍ୱପ୍ନ  ଭାଙ୍ଗି ଯାଏ

   ଫର୍ଚ୍ଚା ଦିଶେ ଚଉଦିଗ

ଭବ ରଙ୍ଗ ଭୂମି ମରୀଚିକା ସାଜେ

   ହଜି ଯାଏ ସାତ ରଙ୍ଗ ......।



Rate this content
Log in

Similar oriya poem from Romance