STORYMIRROR

Muna Bhoi

Romance Others

3  

Muna Bhoi

Romance Others

କହିଲି ମୋ ମନ କଥା

କହିଲି ମୋ ମନ କଥା

1 min
258

ମୋ ଦୁଇ ନୟନେ ଦେଖି ନାହିଁ ତାଙ୍କୁ

ମନରେ ଆଙ୍କିଛି ଛବି,

ସାତ ଜନମର ସାଥୀ କରି ନେଇ

ଭାଳୁଛି ଏବେ ମୁଁ ବସି ।


କେବେ ଆସିବେ ମୋ ରାଜକୁମାର

ହାତ ନେବେ ମୋର ଧରି,

ତାଙ୍କୁ ଝୁରି ଝୁରି ମନ ମୋର ଭାଳେ

ଲାଗୁଛି ବାୟାଣୀ ପରି।


ଶୁଣିଛି ତାଙ୍କର ବୀର ଦର୍ପ କଥା

ମର୍ତ୍ତ୍ୟ ପୁରେ କୋଟି ଯଶ,

ବୀରଙ୍କ ଉପରେ ମହା ବୀର ସିଏ

ମୋର ସେ ସ୍ଵପ୍ନ ପୁରୁଷ।


ମାନିଛି ତାଙ୍କୁ ମୁଁ ମୋ ପ୍ରାଣ ଈଶ୍ୱର

ମୋ ପତି ପରମେଶ୍ବର,

ମନରେ ମନରେ ଭାବି ମୁଁ ନେଇଛି

ସେ ମୋ ସାଥୀ ଜୀବନର।


ମୟୂରୀ ରାଣୀ ଲୋ ତୁହି ମୋର ସାଥୀ

ପ୍ରିୟ ସଖୀ ସଙ୍ଗାତୁଣୀ,

କହିଲି ତୋତେ ମୁଁ ମନର କଥାଟି

କାହାକୁ ଦବୁନି ଭଣି।


ପାରିବୁ ଯଦି ତୁ ତାଙ୍କୁ ଯାଇ ଥରେ

ଜଣାଇବୁ ମୋ ମନ କଥା,

ତାଙ୍କ ପ୍ରେମାନଳେ ମୁହଁ ଜଳୁ ଅଛି

ଜାଣନ୍ତୁ ସେ ମୋ ମନ ବ୍ୟଥା।


ଏତିକି କହିକି ରହିଲି ମୟୁରୀ 

କହିବୁ ଯାଇ ମୋ ବାର୍ତ୍ତା,

ତାଙ୍କ ପ୍ରେମରେ ମୁଁ ବାୟାଣୀ ପରିକା

ହଜେଇ ଦେଇଛି ମୋ ସତ୍ତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance