STORYMIRROR

Muna Bhoi

Others

4  

Muna Bhoi

Others

ଓଡିଆ ନବ ବର୍ଷ

ଓଡିଆ ନବ ବର୍ଷ

1 min
326


ନବ ପଲ୍ଲବରେ ପଲ୍ଲଭିତ ଗଛ

ଦେଖ ଏହି ଦୃଶ୍ୟ ରାଜି,

ଦିବ୍ୟ ସୌରଭେ ବାସେ ମୋ ମାଟି

ନବ ବର୍ଷ ଆସିଛି ବୋଲି।


ଦେବାଳୟ ଆଜି ଚମକି ଉଠୁଛି

ହରି ସଙ୍କୀର୍ତ୍ତନ ତାଳେ,

ଧରଣୀ ସତେକି ସ୍ବର୍ଗ ସାଜିଛି

ମହା ବୀରଙ୍କ ଜନ୍ମ ଆଲେ।


ଖୁସିର ଲହରୀ ଖେଲେ ଗାଁ ଦାଣ୍ଡେ

ମନ ଉଡେ ମଉଜ ରେ,

ଯୁଆଡ଼େ ଦେଖିଲେ ହସ ହସ ମୁହଁ

ପିଠା ପଣା ହୁଏ ଘରେ।


ଗ୍ରୀଷ୍ମ ପ୍ରଦାହ ଅରମ୍ଭ ବୋଲି କା

ଯଦି ମନ ଯାଏ ଥକି,

ଆଖି ଆଗରେ ପଣା ରଖି ଦେଲେ

ଧକ କିନା ଯାଏ ଉଠି।


ମହାବିଷୁବ,ପଣା ସଂକ୍ରାନ୍ତି ଟି

ମହାବୀର ଙ୍କ ଆଜି ଜନମ,

ଭଲରେ ରହଁନ୍ତୁ ଖୁସିରେ ଥାନ୍ତୁ

ସମସ୍ତ ଙ୍କୁ ଅଭିନନ୍ଦନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍