ଫଗୁଣ ଆସିଲା
ଫଗୁଣ ଆସିଲା
ଫଗୁଣ ଆସିଲା ବଉଳ ବାସିଲା
କୋକିଳ ଡାକିଲା ଡାଳେ,
ଧରା ପୃଷ୍ଠ ସତେ ମହମହ ବାସେ
ଉପମା ନାଇଁ ଯାରେ ।
ଫୁଲରେ ଫୁଲରେ ସଜେଇ ହୋଇଛି
ମା ମାଟି ଧରା ଭୂଇଁ,
ତା ଚତୁ ରୂପ କାନ୍ତି ସମାନେ
ହେବ କି ସ୍ବର୍ଗ ଭୂଇଁ ।
ରଙ୍ଗରେ ରଞ୍ଜିତ ଧରା ପୃଷ୍ଠ ସତେ
ଲାଗେ ମନ ମୁଗ୍ଧକର,
ସେହି ଶୋଭା ତାର ଦ୍ଵିଗୁଣ କରନ୍ତି
ପରବ ଉତ୍ସବେ ନର ।
ପରବେ ସତେ ହୋଲିକା ଦହନ
ବସନ୍ତ ପବନ ମଧ୍ୟେ,
ସୂଚାଇ ଦିଏ ସତ୍ୟ ବିଜୟ
ଧରାପୃଷ୍ଠେ ଯୁଗେ ଯୁଗେ ।
ରଙ୍ଗ ର ପରବ ଦୋଳ ଯାତ ସତେ
ରଙ୍ଗାଏ ଧରା ପୃଷ୍ଠ,
ରଙ୍ଗରେ ରଙ୍ଗରେ ବାନ୍ଧି ଦିଏ ସତେ
ଭାଇଚାରା ର ବନ୍ଧ ।
କାହ୍ନୁ ରାଜା ରଙ୍ଗେ ରଙ୍ଗେଇ ଯାଏ
ପ୍ରେମ ମୟୀ ରାଧାରାଣୀ,
ଢୋଲ ନିଶାନ ବାଜା ବାଦନେ
ଦୁଲୁକେ ଗୋପ ଭୂଇଁ ।
ହୋଲିର ରଙ୍ଗ,ରଙ୍ଗର ହୋଲି
ଫଗୁଣର ଦୋଳ ଯାତ,
ଶିଖାଇ ଯାଏ ଆମେ ସଭିଏଁ
ଭାଇ ବନ୍ଧୁ ସଖା ମିତ ।

