STORYMIRROR

Muna Bhoi

Abstract Romance Others

3  

Muna Bhoi

Abstract Romance Others

ପ୍ରକୃତ ପ୍ରେମ

ପ୍ରକୃତ ପ୍ରେମ

1 min
194

କେବେ ହସ ମାଡ଼େ

ତ କେବେ ଏକୁଟିଆ,

ଆପଣା ଛାଏ ଭାବି ବସେ।


ପ୍ରଥମ ପ୍ରେମ,ଦ୍ଵିତୀୟ ପ୍ରେମ

ଆଉ ଏପରିକି ଶେଷ ପ୍ରେମ

ବାବା ରେ ମଣିଷ,ହସ ମାଡ଼େ,

ପ୍ରେମ ଯଦି ଏତେ ପ୍ରକାର

ପ୍ରକୃତ ପ୍ରେମ କେଁଉଟା?


ଆଉ ଧୀରେ ଧୀରେ ପ୍ରଶ୍ନ ଯାଏ

ହୃଦୟ ଅଭିମୁଖେ,

ହୃଦୟ ତା'ର ଅବେଗିକ ଉତ୍ତର ରଖି

କହେ ଶୁଣ,ପ୍ରକୁତ ପ୍ରେମ କ'ଣ? 


ପ୍ରଥମ ଦ୍ଵିତୀୟ ଆଉ ଶେଷ

ପ୍ରେମ ଏ ସବୁର ଉର୍ଦ୍ଧ୍ବରେ,

ଆଶା କାମନା ସ୍ୱାର୍ଥ

ପ୍ରେମର ଅନ୍ତର୍ଭୁକ୍ତ ନୁହେଁ।


ପ୍ରେମ ଶାଶ୍ଵତ ପ୍ରେମ ଚିରନ୍ତନ

ପ୍ରେମ ଦୁଇ ଶରୀରର ନୁହେଁ,

ଦୁଇ ଆତ୍ମାର ସମ୍ପର୍କ।


ଦୁଇ ଶରୀର ମଧ୍ୟେ 

ଗୋଟେ ଆତ୍ମାର ଅବସ୍ଥାନ,

ହିଁ ପ୍ରେମ...ତାହା ହିଁ

ଶାଶ୍ଵତ ପ୍ରକୃତ ପ୍ରେମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract