STORYMIRROR

Muna Bhoi

Inspirational

4  

Muna Bhoi

Inspirational

ବୀର ଭୀମ ସେନ

ବୀର ଭୀମ ସେନ

1 min
278


ରାଇଜ ମଧ୍ୟେ ଜାମ ଗଡ ଟି

କହିବି କଣ ତା ଶୋଭା,

ଭୁବନ ଭୂଇଁ ରେ ତା କୋଟି ପ୍ରସିଦ୍ଧି

ଅପୂର୍ବ ଦିବ୍ୟ ମନ ଲୋଭା।


ବୀର ଭୀମ ସେନ ସମ୍ରାଟ ରାଇଜେ

ଲକ୍ଷେ ହାତୀର ବଳ,

ଶତ୍ରୁ ଦେଖିଲେ କାତରେ ପଳାଏ

ଧରି ତା ସନ୍ୟ ଦଳ।


ନିକଟ ରାଇଜ ଅଜୟ ନଗରେ

ଭାନୁଦେବ ଥାନ୍ତି ରାଜା,

ସମୟ ଜାଣି ସେ ନିଜ ଝିଅଟିର 

କଲେ ଶୟମ୍ବର ବେଲା।


ସର୍ତ୍ତ ଦେଲେ ରାଜା ଶୟମ୍ବରର ଟି

ଦୁଃସାଧ୍ୟ ଅଟଇ ତାହା,

କହିଲେ ଷଣ୍ଢ ର ବଳ ଯେ ବଳିବ

ଝିଅ ମୋ ହେବ ତାକୁ ବାହା।


କୋଟି କୋଟି ବୀର ପଛ ଘୁଂଚା ଦେଲେ

ଦେଖି ସେ ଷଣ୍ଢ ର ମୁହଁ,

ଜୀବ ଥିଲେ ଭାଇ ଜୀବିକା ଅଛି ଯେ

ଗଲେ ଯାଉ ରାଣୀର ସୁଖ।


ବୀର ଭୀମ ସେନ ବୀର ଙ୍କ ବୀର ସେ

କ୍ଷତ୍ରିୟ ବୀର ମଣି,

ବାହରିଲେ ସେ ରାଜା ଙ୍କ ସମୀପେ

ଶୟମ୍ବର ସର୍ତ୍ତ ଶୁଣି।


କହିଲେ ରାଜନ ମୁଁହି ଭୀମସେନ

କରୁଛି ଗ୍ରହଣ ସର୍ତ୍ତ,

ବଳିକି ଏହି ଷଣ୍ଢର ବଳ ମୁଁ

ଧରିବି ଜାମା ଙ୍କ ହାତ।


ଉପସ୍ଥିତ ସବୁ ସଭା ସଦ ଗଣ

ଦେଖି ହେଲେ ଆଚମ୍ବିତ,

ବାଳକଟି ଏହି ଏହାର କି ବଳ

ପୂରଣ କରିବ ସର୍ତ୍ତ ।


Rate this content
Log in

Similar oriya poem from Inspirational