ମକର ସଂକ୍ରାନ୍ତି
ମକର ସଂକ୍ରାନ୍ତି
ପରବ ମଧ୍ଵେ ଯେ ମକର ସକ୍ରାନ୍ତି
ପବିତ୍ର ମାଘ ମାସେ,
ଆନନ୍ଦ ଉତ୍ସାହ ଆଦର ବେଭାର
ତା ସାଥେ ନେଇ ଆସେ ।
ମର୍ତ୍ତ୍ୟ ପୁର ସତେ ବାସେ ମହ ମହ
ମକର ଆଗମେ ସତେ,
ନାତି କହେ ଜେଜେ ପାଞ୍ଚ ଟଙ୍କା ଦିଅ
ମେଳା ଦେଖିବି ସତେ ।
ସୁରଜ ଯାଆନ୍ତି ଦକ୍ଷିଣୁ ଉତ୍ତର
ଶୀତ ଅପସରି ଯାଏ,
ମଳୟ ବସନ୍ତ ଚଇତି ପବନେ
ଗ୍ରୀଷ୍ମ ଆଗମନ ହୁଏ ।
ମକର ଯୋଡ଼ି ଯେ ମକର ହୁଅନ୍ତି
ମକର ଚାଉଳ ଖାଇ,
ସୁଖରେ ଦୁଃଖରେ ରହିଥିବା ଆମ୍ଭେ
ଏମିତିକା ସାଥୀ ହୋଇ ।
କେଉଁଠାରେ ଏହା ପୋଙ୍ଗଲ ବୋଲାଏ
ଖେଚଡ଼ି କେଉଁ ଠାରେ ,
ମକର ମାଘି କେତେ କେତେ ରୂପେ
ଶୋଭା ପାଏ ମର୍ତ୍ତ୍ୟ ପୁରେ ।
କେତେ ଦାନ ଧର୍ମ କେତେ ଯେ ଦକ୍ଷିଣା
ଏହି ପରବେ ହୁଏ,
ଅଘୋ କାଳ ରୀତି ନୀତି ପରମ୍ପରା
ମକର ଚେତେଇ ଯାଏ ।
