STORYMIRROR

Muna Bhoi

Romance Others

3  

Muna Bhoi

Romance Others

ଫଗୁଣରେ ବର୍ଷା

ଫଗୁଣରେ ବର୍ଷା

1 min
182


ଫଗୁଣର ମହକ ଏ କି

ଶ୍ରାବଣର ଭୀତ,

ମନ ମୋର ହଜିଯାଇ

ଗାଏ ପ୍ରେମ ଗୀତ।


ଫାଲଗୁନି ଧରିଛି ଦେଖ

ଶ୍ରାବଣୀର ରୂପ,

ତା' ରୂପକାନ୍ତି ଦେଖିଲେ

ଲାଗେ ବଡ଼ ହିତ।


ବଉଳ ଫୁଲ ମହକେ

ବର୍ଷା ଧାରେ ଦେଖ,

ଡାଳେ ଥାଇ କୋକିଳଟି

ବୋଲେ ପ୍ରେମ ଗୀତ।


ଫଗୁଣରେ ବର୍ଷା ଦେଖ

ପ୍ରେମୀ ମନ ଜିଣେ,

ପ୍ରିୟା ଦେଖ ପ୍ରେମିକାର

ସ୍ମୁତି ଧାରେ ଭିଜେ ।


ଭଅଁରଟି ଫୁଲ ପାଖେ

ଗୁଣୁ ଗୁଣୁ କରେ,

ଫଗୁ ଭିଜା ବର୍ଷା ତାଳେ

ଫୁଲ ନାଚି ଉଠେ।


ଅପୂର୍ବ ସତେ ଏଇଟା

ଫଗୁଣରେ ବର୍ଷା,

ମନ ମୋର ହଜି ଯାଇ

ଲେଖେ ପ୍ରେମ ଲେଖା।




Rate this content
Log in

Similar oriya poem from Romance