STORYMIRROR

Muna Bhoi

Abstract Romance Others

3  

Muna Bhoi

Abstract Romance Others

ପ୍ରେମରେ ପ୍ରେମିକା

ପ୍ରେମରେ ପ୍ରେମିକା

1 min
239

କେବେ ଜହ୍ନ ରାଇଜର ଜ୍ୟୋସ୍ନା

ତ କେବେ ଉଁଆସର ଅନ୍ଧକାର,

କେବେ ଶୁଷ୍କ ମରୁଭୂମି ତ

ତ କେବେ ଉଛୁଲା ନିର୍ଝରଣୀ।


ପ୍ରେମ କେବେ ହସାଏ କେବେ କନ୍ଦାଏ

ତ କେବେ ହଜେଇ ଦିଏ,

ହଜେଇ ଦିଏ ପ୍ରିୟା ଭାବନାରେ

ତା ଅପାସୋରା ସ୍ମୃତିରେ।


ପ୍ରେମ ଯେବେ ଛୁଇଁ ଯାଏ

ମନ ରଙ୍ଗେଇ ଯାଏ,

ଫଗୁଣର ଫଗୁ ଭିଜା

ସେ ପ୍ରେମ ମୁରୁଜରେ।


ପୁଣି ପ୍ରେମ ମୁରୁଜେ ପ୍ରିୟା ଛବି

ପ୍ରିୟା ଛବି ରେ ଅବୁଝା ମନ,

ଅବୁଝା ମନେ ପ୍ରିୟା ଭାବନା

ଏଇ ତ ଏକା ପ୍ରେମ ଜୀବନ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract